ବଢିଲା ସୁନା ରୂପାର ଦାମ୍
ନୂଆଦିଲ୍ଲୀ – ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୂପାର ଦାମ୍ ବୃଦ୍ଧି ପାଇଥିବାରୁ ଦେଶରେ ମଧ୍ୟ ଏହାର ଦାମ୍ ବଢିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥିବା ସୁନା ରୂପାର ସରଫା ବଜାରରେ ପ୍ରତି ୧୦ ଗ୍ରାମ ସୁନା ଦର ୧୫୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ସହ ବୁଧବାରରେ ରୂପା ଦର ପ୍ରତି କିଲୋଗ୍ରାମ ୩୫୨ ଟଙ୍କା ବୃଦ୍ଧି ପାଇଛି । ସୁନା ରୂପାର ଦର ଆହୁରି ବୃଦ୍ଧି ପାଇବା ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ୍ର ତୃତୀୟ ଲହରୀ ଦେଖା ଦେଇଛି ।
ଅନେକ ସ୍ଥାନରେ ଏବେ ଲକ୍ଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଏଥିପାଇଁ ଆସନ୍ତା ୧୫ ଦିନ ସୁନା ରୂପାର ଦର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି । ବୁଧବାରରେ ନୂଆଦିଲ୍ଲୀ ବଜାରରେ ୨୪ କ୍ୟାରେଟ୍ ବା ୯୯.୯ ପ୍ରତିଶତ ସୁଦ୍ଧ ସୁନାର ଦର ପ୍ରତି ୧୦ ଗ୍ରାମ ବୃଦ୍ଧି ପାଇ ୪୬,୯୬୯ ଟଙ୍କା ଥିଲା । ବିଦେଶ ବଜାରର ପ୍ରତିଆଉନସ୍ ସୁନାଦର ୧,୮୧୬ ଟଙ୍କାରେ ପହଞ୍ଚିଛି ।
ସେହିପରି ରୂପାଦର ପ୍ରତିକିଲୋ ବୃଦ୍ଧି ପାଇ ୬୦,୩୭୩ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ରୂପାଦର ପ୍ରତି ଆଉନସ୍ ବୃଦ୍ଧି ପାଇ ୨୨.୯୨ ଡଲାର ହୋଇଛି ।
Comments are closed.