ଜାଣନ୍ତୁ, ଠାକୁରଙ୍କ ଚଢା ଫୁଲକୁ କିପରି ସାଇତି ରଖିବେ
ମନ୍ଦିର ଗଲେ ପୂଜା କରିବା ନିମନ୍ତେ ପୂଜା ସାମଗ୍ରୀ ଓ ଫୁଲ ନେଇ ଭଗବାନଙ୍କୁ ଚଢାଇଥାଉ । ଏହାଦ୍ୱାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୂଜା କରିବା ପରେ ପୂଜାରୀ ଆମକୁ ଫୁଲ ଓ ପ୍ରସାଦ ଦେଇଥାନ୍ତି ଓ ଆମେ ତାକୁ ଆଣି ଘରେ ରଖିଥାଉ । ବେଳେବେଳେ ଫୁଲ ଶୁଖିଯିବା ଦ୍ୱାରା ତାକୁ ଅଶୁଭ ବୋଲି ଭାବିଥାଉ । କିଛି ଅଶୁଭ କାରଣରୁ ଆମେ ସେହି ଫୁଲକୁ ଫୋପାଡି ନ ଥାଉ । ଆସନ୍ତୁ ଜାଣିବା ଠାକୁରଙ୍କ ଏହି ଫୁଲକୁ ଆମେ କିପରି ରଖିବା ଉଚିତ୍
ଶାସ୍ତ୍ର ଅନୁସାରେ ମନ୍ଦିରରେ ଠାକୁରଙ୍କ ଉପରେ ଫୁଲହାର ଚଢାଇବା ପରେ ସେହି ଫୁଲହାରକୁ ଆଣି ପ୍ରଥମେ ଆଲମାରୀରେ ରଖନ୍ତୁ । ତାହାକୁ ଗହଣା ବାକ୍ସରେ ରଖିପାରିବେ ।
ଯଦି ଫୁଲକୁ ପ୍ରସାଦ ସହ ମିଶାଇ ଦିଆଯାଇଥିବ ତେବେ ସେହି ଛୋଟ ଛୋଟ ଫୁଲକୁ ଆଲମାରୀର ବାକ୍ସ ମଧ୍ୟରେ ରଖନ୍ତୁ । ଫୁଲଟି ମଉଳି ଗଲେ ତାହା ଏପଟ ସେପଟ ନ ହେବା ପାଇଁ ତାକୁ ଏକ କପଡା କିମ୍ବା କାଗଜରେ ଗୁଡାଇ ରଖନ୍ତୁ ।
ଯଦି କୌଣସି ଦୂର ମନ୍ଦିରକୁ ଯାଇଥିବା ବେଳେ ଫୁଲହାର ମିଳେ ତେବେ ତାକୁ ସମ୍ଭାଳି ରଖିବାରେ ଅନେକ ସମସ୍ୟା ଉପୁଜିଥାଏ । ଏପରି ସମୟରେ ପାଖ କୌଣସି ନଦୀକୁ ଯାଇ ସେହି ଫୁଲହାରଟିକୁ ଭସାଇ ଦେବା ଉଚିତ । ନଚେତ ଫୁଲଟିର ପାଖୁଡା ଛିଣ୍ଡି ପାଦରେ ପଡିଯିବାର ସମ୍ଭାବନା ହୋଇଥାଏ ।
ଠାକୁରଙ୍କ ଫୁଲହାର ଶୁଙ୍ଘିବା ଦ୍ୱାରା ସକାରାତ୍ମକ ଶକ୍ତି ଶରୀର ଭିତରକୁ ଆସିଥାଏ । ତାପରେ ଫୁଲକୁ ନିଜ ପାଖରେ ରଖିବା ଜରୁରୀ ହୋଇ ନଥାଏ ।