କଳାହାଣ୍ଡି : ରାମପୁରରେ ବଢ଼ୁଛି ଗୋ ମଡକ

0

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଅଞ୍ଚଳରେ ଦିନକୁ ଦିନ ଗାଈ, ବଳଦ, ଛେଳି ମେଣ୍ଢା ଓ ମଇଁଷି ଆଦି ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହେଇ ଆସୁଛି। ପ୍ରଥମେ ମହୁଲପାଟଣା ପଞ୍ଚାୟତ ପଣ୍ଡପୁସ ପଡାରେ ୧୯ ଜଣ ଲୋକଙ୍କ ୬୦ରୁ ଅଧିକ ଗାଈ ମଇଁଷି ମୃତ୍ୟୁବରଣ କରିଥିବା ଅଭିଯୋଗ ହେବା ପରେ ପୁଣି ଇନ୍ଦ୍ରାବତୀ ଜଳ ଭଣ୍ଡାର କୂଳରେ ଥିବା ଓଡ୍ରି ପଞ୍ଚାୟତ ଅଧିନସ୍ଥ ଓଡ୍ରି, ଢୋଲପାସ, ଟାଙ୍ଗରୀ, କେନ୍ଦୁମୁଣ୍ଡି, ଫଟକିମହୁଲ, ବଡବଫଲା ଆଦି ଅଞ୍ଚଳରେ ପୁଣି ଗାଈ ମଇଁଷିଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ ହୋଇଛି। ଏହି ମୃତ ଗାଈ ମଇଁଷି ଓ ଛେଳିଙ୍କୁ ଏଣେ ତେଣେ ପକାଇ ଦେଉଥିବାରୁ ଆଗାମୀ ଦିନରେ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା କରାଯାଉଛି। ଲଗାଣ ବର୍ଷା କାରଣରୁ ଖାଦ୍ୟ ଅଭାବ ଏହି ଗାଈ ମଇଁଷିଙ୍କ ପ୍ରମୁଖ କାରଣ ହେଇଥିବା ବେଳେ ନିମୋନିଆ ଜ୍ୱର ପ୍ରଭାବରୁ ଏତେ ସଂଖ୍ୟାରେ ଗାଈ ମଇଁଷିଙ୍କ ମୃତ୍ୟୁ ହେଇଥିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏହାସହ ବଫଲାମାଳି ଖଣି ଖନନ କାରଣରୁ ଖଣି ଖନନ ପରେ ନିସ୍କାଷିତ ବର୍ଜ୍ୟବସ୍ତୁର ପ୍ରଭାବରୁ ତାର ସଂସ୍ପର୍ଶରେ ଆସି ଗାଈ ମଇଁଷିଙ୍କ ମୃତ୍ୟୁ ହେବାର ଅନ୍ୟ ଏକ କାରଣ ହେଇଥିବାର ଗ୍ରାମ ବାସୀ ଅଭିଯୋଗ କରୁଛନ୍ତି। ଅଜଣା ରୋଗରେ ପ୍ରଭାବିତ ଗାଈ, ମଇଁଷି ଦିନେ ଦୁଇଦିନ ପତଳା ଝାଡାରେ ଆକ୍ରାନ୍ତ ହେବା ପରେ ମୃତ୍ୟୁ ବରଣ କରୁଥିବା ହିତାଧିକାରୀଙ୍କ ତରଫରୁ ସୂଚନା ମିଳୁଥିବା ବେଳେ ପ୍ରାଣୀ ସମ୍ପଦ ବିଭାଗ ଏପର୍ଯ୍ୟନ୍ତ ଗାଈ ମଇଁଷିଙ୍କ ମୃତ୍ୟୁର କାରଣ ମିଳିନାହିଁ।

Leave A Reply