ନୂଆଦିଲ୍ଲୀ : ଭାରତର ଗୀତା ଗୋପୀନାଥ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ଯୋଗ ଦେଇଛନ୍ତି। ସେ ମରିସ୍ ଅବଷ୍ଟଫେଲ୍ଡଙ୍କ ସ୍ଥାନରେ ଆଇଏମ୍ଏଫ୍ର ଗବେଷଣା ବିଭାଗର ଅର୍ଥନୈତିକ ଉପଦେଷ୍ଟା ଓ ନିର୍ଦ୍ଦେଶକ ଭାବେ ମଙ୍ଗଳବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଅବଷ୍ଟଫେଲ୍ଡ ଗତ ମାସ ୩୧ ତାରିଖରେ ଅବସର ନେଇଥିଲେ। ଗୀତା ଗୋପୀନାଥ ଆଇଏମ୍ଏଫ୍ର ଏକାଦଶ ମୁଖ୍ୟ ଅର୍ଥନୀତିଜ୍ଞ ହୋଇଛନ୍ତି। କିଛିଦିନ ପୂର୍ବେ ହାୱାର୍ଡ ଗୋଜେଟକୁ ଦେଇଥିବା ଏକ ସାକ୍ଷାତ୍କାରରେ ଆଇଏମ୍ଏଫରେ ତାଙ୍କର ନିଯୁକ୍ତି ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ବର୍ଣ୍ଣନା କରିଥିଲେ।
ଭାରତର ଗୀତା ଗୋପୀନାଥ ଆଇଏମ୍ଏଫ୍ର ମୁଖ୍ୟ ଅର୍ଥନୀତିଜ୍ଞ
Popular Categories



