www.samajalive.in
Monday, December 15, 2025
16.1 C
Bhubaneswar

ବାଳିକା ବିଦ୍ୟାଳୟରେ ଅଧିଷ୍ଠାନ ଉତ୍ସବ ପାଳିତ  

ସମ୍ବଲପୁର,  – ସମ୍ବଲପୁରର କ୍ଷେତରାଜପୁର ସ୍ଥିତ ବାଳିକା ବିଦ୍ୟାଳୟ ଠାରେ ରୋଟାରୀ କ୍ଲବର ସଭାପତି ରଣଜିତ ସିଂ ହୁରା ଙ୍କ ସଭାପତିତ୍ୱରେ ଇନଟରେକ୍ଟ କ୍ଲବର ଅଧିଷ୍ଠାନ ଉତ୍ସବ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବର୍ଷ ୨୦୨୨ – ୨୩ ପାଇଁ ଏହି କ୍ଲବର ସଭାପତି ରୂପେ ଭବିଷ୍ୟ ଶର୍ମା ଓ ସମ୍ପାଦକ ରୂପେ ଅଙ୍କିତା ସିଂ ଶପଥ ଗ୍ରହଣ କରିଥିଲେ । ଇନଟରେକ୍ଟ କ୍ଲବର ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଭାଗ୍ୟଶ୍ରୀ ପଣ୍ଡା ଓ ଅନ୍ନପୂର୍ଣ୍ଣା ଦୋରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉପାଧ୍ୟକ୍ଷ ବିପିନ କୁମାର ସିଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ରାଜେଶ ନନ୍ଦିନୀ ସାମଲ ଓ ଅନ୍ୟ କର୍ମଚାରୀ ମାନେ ସକ୍ରିୟ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ କ୍ଲବର ରାଜକିଶୋର ଦାସ, ସୁଶାନ୍ତ ମହାପାତ୍ର, ସୁବୋଧ ପାଣିଗ୍ରାହୀ, ଅନନ୍ୟା ଅନୁସୂୟା ନାଏକ, ଦେବାଶିଷ ରାଏଗୁରୁ, ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ହୋତା, ସୁକାନ୍ତ ମେହେର ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଶେଷରେ ସମ୍ପାଦକ ଚିନ୍ମୟ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories