www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରେମ ପାଇଁ ଝିଅରୁ ପୁଅ ହେଲେ ଛାତ୍ରୀ

ଭୁବନେଶ୍ଵର: ପ୍ରେମ ଚିରନ୍ତନ, ଶାଶ୍ଵତ ଓ ସତ୍ୟ। ପ୍ରେମ ପାଇଁ ଜଣେ ଅନ୍ୟ ଜଣକ ଲାଗି ସବୁକିଛି ତ୍ୟାଗ କରିବାକୁ ବି ପଛାଇ ନ ଥାଏ। ଏହାର ଏକ ବାସ୍ତବ ଉଦାହରଣ ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ। ନିଜ ପ୍ରେମକୁ ପାଇବା ଲାଗି ଜଣେ ବି.ଟେକ୍‌ ଛାତ୍ରୀ ଝିଅରୁ ପୁଅ ହୋଇଛନ୍ତି। ଆଉ ଶେଷରେ ଭଲ ପାଉଥିବା ନିଜ ମନର ମଣିଷକୁ ବିବାହ କରିଛନ୍ତି।

ସୂଚନା ଅନୁସାରେ, ମାଲକାନଗିରି ଜିଲାର ଦୁଇ ଯୁବତୀ ପରସ୍ପରଙ୍କୁ ଭଲ ପାଉଥିଲେ। ଉଭୟଙ୍କ ସମଲିଙ୍ଗୀ ସମ୍ପର୍କକୁ ସମାଜ କାଳେ ସ୍ବୀକୃତି ନ ଦେବ ସେଥିଲାଗି ସେମାନଙ୍କ ମଧ୍ୟରୁ ଜଣେ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ। ବର୍ଷକ ତଳେ ସେମାନେ ଦିଲ୍ଲୀ ଚାଲିଯାଇଥିଲେ। ଜଣେ ଯୁବତୀ ସେଠାରେ ଅପରେଶନ ଜରିଆରେ ଝିଅରୁ ପୁଅ ହୋଇଥିଲେ। ନିକଟରେ ଉଭୟେ ପରସ୍ପରକୁ ଜୀବନ ସାଥୀ ରୂପେ ଗ୍ରହଣ କରିବା ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରୀତି ନୀତି ଅନୁସାରେ ଦିଲ୍ଲୀରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି। ବର୍ତ୍ତମାନ ଭାଲେଣ୍ଟାଇନ୍ସ ସପ୍ତାହ ଚାଲିଥିବାବେଳେ ଏହି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories