www.samajalive.in
Friday, December 5, 2025
26.1 C
Bhubaneswar

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ବିଶାଳ ଶୋଭାଯାତ୍ରା

ମାଲକାନଗିରି: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଅତ୍ୟାଚାର ପ୍ରତିବାଦରେ ବିଶାଳ ଶୋଭାଯାତ୍ରା। ସେଠାକାର ହିନ୍ଦୁମାନଙ୍କ ଉପରେ ଅକଥନୀୟ ନିର୍ଯାତନା ଓ ଅତ୍ୟାଚାର, ନାରୀ ଧର୍ଷଣ, ମନ୍ଦିରଗୁଡିକୁ ନିଆଁ ଲଗାଇ ପୋଡ଼ି ଦେବା, ଧନ ସମ୍ପତ୍ତି ନଷ୍ଟ ଓ ଲୁଟ୍ ପାଟ୍ ବିରୁଦ୍ଧରେ ପ୍ରତିବାଦ ଜଣାଇ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ତୁରନ୍ତ ବନ୍ଦ କରିବା ସହ ଭାରତରେ ବେଆଇନଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମୁସଲମାନମାନଙ୍କୁ ଅତିଶୀଘ୍ର ଚିହ୍ନଟ କରି ଭାରତରୁ ବାହାର କରି ଭବିଷ୍ୟତରେ ଭାରତର ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ଉଦେଶ୍ୟରେ ମାଲକାନଗିରି ବଙ୍ଗୀୟ ସମାଜ, ମାଲକାନଗିରି ଜିଲାର ହିନ୍ଦୁ ଜାଗରଣ ମଞ୍ଚ, ଇସ୍କନ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଏବଂ ବିଭିନ୍ନ ହିନ୍ଦୁ ସଙ୍ଗଠନ ତରଫରୁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ହିନ୍ଦୁ ସଂଗଠନର ସଦସ୍ୟ, କର୍ମକର୍ତ୍ତାମାନଙ୍କ ସହି ହିନ୍ଦୁ ସାଧୁ ସନ୍ନ୍ୟାସୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ମଧ୍ୟ ଭାଗ ନେଇଥିଲେ। ଏହି ଶୋଭାଯାତ୍ରା ମାଲକାନଗିରି ବସଷ୍ଟାଣ୍ଡଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ମାଲକାନଗିରି ବଙ୍ଗୀୟ ସମାଜ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ହିନ୍ଦୁ ଜାଗରଣ ମଞ୍ଚ, ଇସ୍କନ ଏବଂ ଅନ୍ୟାନ୍ୟ ହିନ୍ଦୁ ସଂଗଠନର କର୍ମକର୍ତ୍ତାମାନେ ମାଲକାନଗିରି ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଏବଂ ଆକ୍ରମଣ ବନ୍ଦ ନ ହେବା ପର୍ଯ୍ୟନ୍ତ ଏହିପରି ପ୍ରତିବାଦ ଜାରି ରହିବ ବୋଲି ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତା ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories