www.samajalive.in
Sunday, December 7, 2025
14.1 C
Bhubaneswar

ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ୱାରା ସୁଖ ପ୍ରାପ୍ତି, କ୍ରୋଧର ହ୍ରାସ, ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ

ଗାୟତ୍ରୀ ମନ୍ତ୍ର (ବେଦ ଗ୍ରନ୍ଥଙ୍କର ମାତା)ଙ୍କୁ ହିନ୍ଦୁ ଧର୍ମରେ ସବୁଠାରୁ ଉତ୍ତମ ମନ୍ତ୍ର ବୋଲି କୁହାଯାଏ। ଚାରୋଟି ବେଦ ମିଶି ଗାୟତ୍ରୀ ମନ୍ତ୍ରର ସୃଷ୍ଟି ହୋଇଛି। ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖର ସଞ୍ଚାର ହୋଇଥାଏ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଶରୀର ନିରୋଗ ରହିଥାଏ। ବ୍ୟକ୍ତିକୁ ଯଶ, ପ୍ରସିଦ୍ଧି ଏବଂ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ। ଜାଣନ୍ତୁ କେଉଁ କାରଣରୁ ଏହା ଉଚ୍ଚାରଣ କରିବା ଶୁଭ ହୋଇଥାଏ।
ଗାୟତ୍ରୀ ମନ୍ତ୍ର :
ଓଁ ଭୂର୍ଭୁବଃ ସ୍ୱଃ
ତସ୍ତବିତୁର୍ବରେଣ୍ୟଂ
ଭର୍ଗୋ ଦେବସ୍ୟଃ ଧୀମହି
ଧୀୟୋ ୟୋ ନଃ ପ୍ରଚୋଦୟାତ
ଗାୟତ୍ରୀ ମନ୍ତ୍ରର ଅର୍ଥ
ଭଗବାନ ସୂର୍ୟ୍ୟଙ୍କର ସ୍ତୁତିରେ ଗାୟନ କରାଯାଉଥିବା ଏହି ମନ୍ତ୍ରର ଅର୍ଥ ହେଉଛି ପ୍ରାଣସ୍ୱରୂପ, ଦୁଃଖନାଶକ, ସୁଖସ୍ୱରୂପ, ଶ୍ରେଷ୍ଠ ତେଜସ୍ୱୀ, ପାପନାଶକ,ଦେବସ୍ୱରୂପ ପରମାତ୍ମାଙ୍କୁ ଆମେ ଅନ୍ତଃ କରଣରେ ଧାରଣ କରିବା, ସେହି ପରମାତ୍ମା ଆମର ବୁଦ୍ଧିକୁ ସତ୍ୟ ମାର୍ଗରେ ପ୍ରେରିତ କରନ୍ତୁ।
କେଉଁ ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ :
ଏହି ସରଳ ମନ୍ତ୍ରକୁ ଯେଉଁ ସମୟରେ ମଧ୍ୟ ଜପ କରି ହେବ। ମାତ୍ର ଶାସ୍ତ୍ର ଅନୁଯାୟୀ ଏହାକୁ ଦିନକୁ ୩ ଥର ଜପ କରିବା ଉଚିତ।
ପ୍ରାତଃ କାଳରେ ସୂର୍ୟ୍ୟୋଦୟ ପୂର୍ବରୁ ଓ ସୂର୍ୟ୍ୟୋଦୟ ପରେ ।
ଦ୍ୱିପହରେ।
ସନ୍ଧ୍ୟା ସମୟରେ ସୂର୍ୟ୍ୟାସ୍ତ ପୂର୍ବରୁ।
ଗାୟତ୍ରୀ ମନ୍ତ୍ର ଜପର ଲାଭ :
ହିନ୍ଦୁ ଧର୍ମରେ ଗାୟତ୍ରୀ ମନ୍ତ୍ରର ବିଶେଷ ମାନ୍ୟତା ରହିଛି। ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ, ଚେହେରାରେ ଚମକ ବଢିଥାଏ। ସୁଖ ପ୍ରାପ୍ତି, କ୍ରୋଧର ହ୍ରାସ, ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories