ପ୍ରାର୍ଥନା କରିବା ସମୟରେ ଗାୟତ୍ରୀ ମନ୍ତ୍ରର ଜପ କରିବା ବିଷୟରେ ସଭିଏଁ ଜାଣିଥିବେ। ବେଦରେ ଏହି ମନ୍ତ୍ରର ଚମତ୍କାରୀ ଗୁଣ ଓ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି। ମାତ୍ର ଏହି ମନ୍ତ୍ର ସହ ଜଡ଼ିତ ଏପରି କିଛି ତଥ୍ୟ ରହିଛି ଯାହା ସଭିଏଁ ହୁଏତ ଜାଣିନଥିବେ। ଜାଣନ୍ତୁ ….
ଏହି ମନ୍ତ୍ରରେ ଏପରି ଶକ୍ତି ରହିଛି ଯାଦ୍ୱାରା ନିୟମିତ ଏହାକୁ ୩ଥର ଜପ କଲେ ବ୍ୟକ୍ତିର ଚାରିପାଖରେ ଥିବା ନକରାତ୍ମକ ଶକ୍ତି ଓ ବହୁ ବାଧାବିଘ୍ନ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।
ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
ଭକ୍ତି ସହ ଏହି ମନ୍ତ୍ରକୁ ନିୟମିତ ଜପ କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି।
ଗାୟତ୍ରୀ ମନ୍ତ୍ରକୁ ସର୍ବଦା ସୂର୍ଯୋଦୟର ୨ ଘଣ୍ଟା ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ ଏକ ଘଣ୍ଟା ମଧ୍ୟରେ ଜପ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ରାତ୍ରି ସମୟରେ ଏହି ମନ୍ତ୍ରକୁ ଜପ କରିବା ଉଚିତ ନୁହେଁ।
ଆର୍ଥିକ କ୍ଷେତ୍ରରେ ସମସ୍ୟା ଥିଲେ ଗାୟତ୍ରୀ ମନ୍ତ୍ର ସହ ‘ଶ୍ରୀ’ ଜଡ଼ିତ କରି ଜପ କରନ୍ତୁ।
ଗାୟତ୍ରୀ ମନ୍ତ୍ରର ଚମତ୍କାରୀ ଲାଭ
Popular Categories



