www.samajalive.in
Monday, December 15, 2025
24.1 C
Bhubaneswar

ନିନ୍ଦୁକଙ୍କୁ ଗମ୍ଭୀରଙ୍କ କଡ଼ା ଜବାବ

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ହାର୍‌ ନ ମାନିବାର ଜିଦ୍‌ ଓ ଲଢ଼ୁଆ ଗୁଣ ଯୋଗୁଁ ଗର୍ବ ଅନୁଭବ କରିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ଏହାସହ ଦଳର ନିନ୍ଦୁକଙ୍କୁ ଗମ୍ଭୀର କଡ଼ା ଜବାବ ଦେଇଛନ୍ତି। ମ୍ୟାଚ୍‌ ପରେ ଗମ୍ଭୀର କହିଛନ୍ତି, ବହୁତ ଲୋକ କହିଥିଲେ ଯେ ଏହି ଦଳ କିଛି କରିପାରିବ ନାହିଁ। ହେଲେ ଏହା ହିଁ ଦଳର ମୂଳଦୁଆ। ଦଳରେ ପରିବର୍ତ୍ତନ ହେବା କଥାରେ ବିଶ୍ବାସ କରେନାହିଁ। ଏହା ହିଁ ଭାରତର ଶ୍ରେଷ୍ଠ ୧୮ ଖେଳାଳି। ଏହା ସତ ଯେ ଦଳରେ ବିଶେଷ ଅଭିଜ୍ଞତା ନାହିଁ।
୨୦୦୯ ନାପିଏର୍ ଟେଷ୍ଟରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନୁରୂପ ଇନିଂସ ଖେଳି ଭାରତକୁ ପରାଜୟରୁ ବଞ୍ଚାଇଥିଲେ ଗୌତମ ଗମ୍ଭୀର। ଓଲ୍‌ଡ ଟ୍ରାଫୋର୍ଡରେ ଦଳ ଏପରି ଖେଳିଥିଲା ବୋଲି କହିବାକୁ ଗମ୍ଭୀର କହିଥିଲେ, ଏହି ଦଳ କାହାକୁ ଅନୁକରଣ କରେନାହିଁ। ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଏହା ଲଢ଼ିବାକୁ ଭଲପାଏ। ପୁଣି ଶୁଭମନ ଗିଲ୍‌ଙ୍କ ପ୍ରତିଭା ଉପରେ କୌଣସି ସନ୍ଦେହ ନଥିଲା। ଯେଉଁମାନଙ୍କର ଥିଲା; ସେମାନେ କ୍ରିକେଟ୍‌ ଉପରେ କହିବା କେବଳ ଜାଣିଛନ୍ତି। ଗିଲ୍‌ଙ୍କ ଉପରେ ନେତୃତ୍ବର ଚାପ ନାହିଁ। ପାଦର ହାଡ଼ ଭାଙ୍ଗିବା ସତ୍ତ୍ବେ ଋଷଭ ପନ୍ତ ବ୍ୟାଟିଂ କରିବାକୁ ଓହ୍ଲାଇବା ପରେ ତାଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ। ପିଢ଼ି ପରେ ପିଢ଼ି ତାଙ୍କ ବିଷୟରେ ଆଲୋଚନା କରିବେ। ଚୂଡ଼ାନ୍ତ ଏକାଦଶ ମନୋନୟନ ନେଇ ଦଳରେ କୌଣସି ଦ୍ବନ୍ଦ୍ବ ନାହିଁ। ଖୋଲା ମନ​ରେ ଆମେ ଦଳ ବାଛିଛୁ। ଆମେ କାହାକୁ ଦଳରୁ ବାଦ୍‌ ଦେଇନାହୁଁ। ୩ନଂ ସ୍ଥାନରେ ବାମହାତି ଖେଳିବା ଭଲ ବୋଲି ଭାବି ସାଇ ସୁଦର୍ଶନଙ୍କୁ ଖେଳାଇଥିଲୁ।
ପୁଣି ମେଘୁଆ ଆକାଶରେ ଅଂଶୁଲ କାମ୍ବୋଜ ଭଲ ବୋଲିଂ କରିବେ ବୋଲି ଆଶା ଥିଲା। ତେଣୁ ସେ ସୁଯୋଗ ପାଇଥିଲେ। ୫ମ ଟେଷ୍ଟରେ ଯଶପ୍ରୀତ ବୁମ୍‌ରା ଖେଳିବେ କି ନାହିଁ; ତାହା ସ୍ପଷ୍ଟ ନକରି ଗମ୍ଭୀର କହିଥିଲେ ଯେ ଦଳର ସମସ୍ତ ପେସ୍‌ ବୋଲର ଫିଟ୍‌ ଅଛନ୍ତି। ଗମ୍ଭୀର ଆହୁରି କହିଛନ୍ତି, ରବୀନ୍ଦ୍ର ଜାଡ଼େଜା ଓ ୱାଶିଂଟନ ସୁନ୍ଦର ଯେପରି ବ୍ୟାଟିଂ କରିଥିଲେ; ଦୁହେଁ ଶତକର ହକ୍‌ଦାର ଥିଲେ। ୮୫ କି ୯୦ ରନ୍‌ରେ ବ୍ୟାଟିଂ କରୁଥିବା ବେ​‌େ​‌ଳ ସେମାନଙ୍କୁ ଶତକ ପୂରଣ କରିବାର ସୁଯୋଗ ଦେବା ଉଚିତ। ଆମେ ଏବେ ୧-୨ରେ ପଛଆ ଅଛୁ। ତେଣୁ ବେଶ୍‌ ଆଶାବାଦୀ ଅଛୁ ଯେ ଶୃଙ୍ଖଳାକୁ ୨-୨ କରିପାରିବୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories