ଗଞ୍ଜାମ:ଦେଶୀ ମଦ ବିଷାକ୍ତ ଥିଲା କି ? ଗଞ୍ଜାମ ଜିଲ୍ଲା ଚିକିଟି ଏନଏସି ଅନ୍ତର୍ଗତ କରବାଲୁଆ, ଜେନାପୁର ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୬ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିଟିରେ ଦୁଇ ଚିକିତ୍ସିତ ହେଉଛନ୍ତି। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସେପଟେ ଆଜି ଅବକାରୀ କମିଶନର ନରସିଂହ ଭୋଳ ଏମକେସିଜି ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ମାଇନ୍ଦପୁର ଗାଁରେ ପହଞ୍ଚିଥିବା ଜଣାପଡିଛି ।
Popular Categories



