ଗଞ୍ଜାମ : ଗଞ୍ଜାମ ପ୍ରେସକ୍ଳବ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସହର ସ୍ଥିତ ମଧ୍ୟଖଣ୍ଡ ସାହି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଗୋପବନ୍ଧୁ ପ୍ରତିମୂର୍ତ୍ତିରେ କ୍ଳବ ର କର୍ମକର୍ତ୍ତା, ସଦସ୍ୟ ମାନେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ସ୍ଥାନୀୟ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଉତ୍କଳର ବରପୁତ୍ର ଗୋପବନ୍ଧୁ ଙ୍କ ଜୟନ୍ତୀ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଭଵାନୀ ଶଙ୍କର ପାଟନାୟକ,ଶିକ୍ଷୟତ୍ରୀ ସୁଜ୍ଞାନୀ ତ୍ରିପାଠୀ, କୁନି ମହାନ୍ତି, ଗାୟତ୍ରୀ ବେହେରା, ହେମା ମାଳିନୀ ବେହେରା, ସମେତ ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧକ୍ଷ ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ, ରାଉଳ, ଶିବାନନ୍ଦ ପଲାଇ ପ୍ରମୁଖ ସମ୍ବାଦିକ, ସାମାଜିକ କର୍ମୀ କିଶୋର ଚନ୍ଦ୍ର ବୈଠାରୁ, ଦିଗଦର୍ଶନ ୟୁଥକ୍ଳବ ସହ ସମ୍ପାଦକ ସୁଦର୍ଶନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



