ଋଷୁକୁଲ୍ୟା ନଦୀରେ ଭାସୁଛି ମଲା ମାଛ

ଗଞ୍ଜାମ : ଗଞ୍ଜାମ ସହର ଋଷିକୂଲ୍ୟା ନଦୀରେ ପୋତା ଗଡ଼ ନିକଟରେ ହଜାର ହଜାର ସଂଖ୍ୟକ ମାଛ ମରି କୂଳରେ ପଡିବା ସହ ଭାସୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଉଛି। ଏଭଳି ପରିସ୍ଥିତି ଯୋଗୁଁ ମତ୍ସଜୀବୀମାନେ ଜୀବନ ଜୀବିକା ନେଇ ଚିନ୍ତିତ ହୋଇପଡିଛନ୍ତି। ମାଛ ମରିବା ପଛରେ କ’ଣ ପ୍ରକୃତ କାରଣ ଜଣାପଡ଼ିନାହିଁ। ବିଶୁବ ସଂକ୍ରାନ୍ତି ପାଇଁ କୌଣସି ମତ୍ସଜୀବୀ ଋଷିକୂଲ୍ୟା ନଦୀକୁ ମାଛ ମାରିବାକୁ ଯାଇ ନ ଥିବା ବେଳେ କିଛି ଲୋକ ନଦୀ କୂଳରେ ଏହି ଦୃଶ୍ୟ ଦେଖିଥିଲେ। ଋଷିକୁଲ୍ୟା ମୁହାଁଣ ଠାରୁ କାଇଁଚପୁର ଗ୍ରାମ ମଧ୍ୟରେ ନଦୀରେ ହଜାର ହଜାର ମଲା ମାଛ ପଡି ରହିଥିବା ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ଜଣାପଡୁଛି। ଆଗାମୀଦିନରେ ମସ୍ୟଜୀବୀ ମାନେ ନଦୀରେ କେମିତି ମାଛ ମାରିବେ ତାହା ସେମାନଙ୍କ ପାଇଁ ସମସ୍ୟା ପାଲଟିଛି।

prayash

ବର୍ତ୍ତମାନ କଣ୍ଟିଆ ମାଛମାନଙ୍କ ବ୍ରିଡିଙ୍ଗ ସିଜନ ହୋଇଥିବାରୁ ଏହି ସମୟରେ ସେମାନଙ୍କ ଗାଲିରେ ଏକ ପ୍ରକାର ପୋକ ଲାଗିଯାଇଥାଏ ସେହି କାରଣରୁ ମାଛମାନଙ୍କ ମୃତ୍ୟୁ ହୋଇପାରେ ବୋଲି ପୁରୁଣାବନ୍ଧ ଗ୍ରାମର ମସ୍ୟଜୀବୀ ମାଗତା ବେହେରା ସନ୍ଦେହ ପ୍ରକାଶ କରିଛନ୍ତି। ସେହିପରି ଏପରି ମାଛ ମଡ଼କ ଯୋଗୁଁ ମସ୍ୟଜୀବୀଙ୍କ ଜୀବିକା ଉପରେ କୁପ୍ରଭାବ ପଡିପାରେ ଦାମୋଦରପୁର ଗ୍ରାମର ମସ୍ୟଜୀବୀ ଗୋବିନ୍ଦ ବେହେରା ପ୍ରକାଶ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏହି ମାଛ ମାରିବା କାରଣ ତଦନ୍ତ କରିବା ଆବଶ୍ୟକ ବୋଲି ମସ୍ୟଜୀବୀମାନେ ପ୍ରକାଶ କରିଛନ୍ତି।

kalyan agarbati

Comments are closed.