www.samajalive.in
Wednesday, December 10, 2025
17.1 C
Bhubaneswar

ଶାଶୁଘର ଆଗରେ ବୋହୂ ଧାରଣା ଦେବା ଘଟଣା: ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ, ଧାରଣା ସ୍ଥଳରୁ ଛୁ ମାରିଲେ ବୋହୂ

ଗଞ୍ଜାମ : ଗଞ୍ଜାମ ଥାନା ମଧ୍ୟଖଣ୍ଡ ସାହି ବାସିନ୍ଦା ନାରାୟଣ ପଣ୍ଡାଙ୍କ ପରିବାର ତାଙ୍କ ବୋହୂଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ବୋହୂ ତନ୍ମୟୀ ପଣ୍ଡା ନିଜ ଶାଶୁଘର ଆଗରେ ଧାରଣା ଦେଇଥିଲେ। ରବିବାର ସକାଳେ ତନ୍ମୟୀଙ୍କ ଶାଶୁ ସୁଷମା ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ଗଞ୍ଜାମ ପୁଲିସର ତଦନ୍ତ ଚଳାଇଛି। ମୃତ୍ୟୁ ଖବର ପାଇ ବୋହୂ ଧାରଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଆଜି ସକାଳୁ ସୁଷମା ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ଏକ ଅଟୋ ଯୋଗେ ତାଙ୍କୁ ବ୍ରହ୍ମପୁର ମେଡିକାଲ ନେଇଥିଲେ। ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଲୋକ ଲଜ୍ଜା ସହି ନପାରି ସେ ବିଷ ପାନ କରିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି।

ସୂଚନା ଥାଉକି, ଦୁଇ ବର୍ଷ ତଳେ ତନ୍ମୟୀ ପଣ୍ଡାଙ୍କ ସହ ସୁଜିତ ପଣ୍ଡାଙ୍କ ବିବାହ ହୋଇଥିଲା। ବିବାହ ପରଠାରୁ ଶାଶୁଘର ଲୋକ ବାରମ୍ବାର ନିର୍ଯ୍ୟାତନା ଦେଇଆସୁଥିବା ଅଭିଯୋଗରେ ଧାରଣାରେ ବସିଥିଲେ ତନ୍ମୟୀ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories