www.samajalive.in
Sunday, December 7, 2025
23.1 C
Bhubaneswar

ଷ୍ଟୁଡେଣ୍ଟସ ନୋଡାଲ ହାଇସ୍କୁଲ ସାବୁଳିଆରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଗଞ୍ଜାମ : ରମ୍ଭା ନିକଟସ୍ତ ସାବୁଳିଆ ଗ୍ରାମର ଷ୍ଟୁଡେଣ୍ଟସ ନୋଡାଲ ହାଇସ୍କୁଲ ସଭାଗୃହ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାଶଙ୍କ ଉଦ୍ଧେଶ୍ୟରେ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି  । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମର ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ।  ଉକ୍ତ କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ଚନ୍ଦ୍ର ଦାଶ (ପ୍ରଧାନ ଶିକ୍ଷକ ), ସି. ଆର. ସି. ସି ପ୍ରଫୁଲ୍ଲ କୁମାର ଦାଶ, ସରପଞ୍ଚ ପ୍ରତିନିଧି ଶସଧର ବେହେରା (ମୁଖ୍ୟ ଅତିଥି ), ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସେନାପତି (ମୁଖ୍ୟ ବକ୍ତା ), ପ୍ରଶାନ୍ତ କୁମାର ପରମ ଗୁରୁ ମହାପାତ୍ର ( ସିକୁଳା ହାଇସ୍କୁଲ ପ୍ରଧାନ ଶିକ୍ଷକ )ବାଳିକା ଉଚ୍ଚ ବିଦ୍ୟାଳୟ ରମ୍ଭାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଚିନ୍ମୟୀ ବେହେରା, ନାରାୟଣ ନାୟକ, ବିଜୟ କୁମାର ଦାଶ, ଏସ ଏମ ସି ସଭାପତି ଭୀମସେନ ଦଳେଇ, ଓ ବାଉରୀ ବନ୍ଧୁ ଗୌଡ଼ ପ୍ରମୁଖ ଅତିଥି ଭାବେ ରହିଥିଲେ ।
ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନ ପ୍ରେମୀ, ଛାତ୍ର ବତ୍ସଳ, ସମୟାନୁ ବର୍ତ୍ତିତା, ପ୍ରଧାନ ସେବକ, କର୍ମନିଷ୍ଠା,ବୋଲି କହିଥିଲେ । ପରମୁହୂର୍ତ୍ତରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଓ ରାଜେନ୍ଦ୍ର କୁମାର ପ୍ରଧାନ ଦ୍ୱୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବିଦ୍ୟାଧର ଵାଲା, ପ୍ରତିମା କୁମାରୀ ଦେଇ, ଅମ୍ରିତା ପଣ୍ଡା, ପପୁନି ଦାଶ, ସପନ।  ନାହାକ, ଦୀପ୍ତିମୟୀ ପାତ୍ର, ରୀନା ରାଣୀ ଦେଇ, କବିତା ବିଶ୍ୱାଳ, ରଞ୍ଜିତ କୁମାର ବେହେରା,ଭାସ୍କର ଘ।ସି, ଅଶ୍ୱିନୀ କୁମାର ଦାଶ, ମଧୁସ୍ମିତା ସାହୁ, ଗୌରାଙ୍ଗ ଚରଣ ସେଠି, ରୁଚିରା ପ୍ରିୟଦର୍ଶିନୀ, ପ୍ରିୟଙ୍କା ବରାଳ, ସୁଚିତ୍ରା ସାହୁ, ସଂଯୁକ୍ତା କୁମାରୀ ପଣ୍ଡା,ଯୋଗେନ୍ଦ୍ର ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।  ଶେଷରେ ବରିଷ୍ଟ ଶିକ୍ଷୟିତ୍ରୀ ରୀନା ଦେବୀ ଧନ୍ୟବାଦ ଦେଇଥିଲେ  ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories