www.samajalive.in
Saturday, December 6, 2025
23.1 C
Bhubaneswar

ଡ଼ିସେମ୍ବର ସୁଦ୍ଧା ଶେଷ ହେବ ରଙ୍ଗେଇଲୁଣ୍ଡା ବିମାନ ପଡିଆ ସମ୍ପ୍ରସାରଣ କାମ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସନ୍ନିକଟରେ ଥିବା ରଙ୍ଗେଇଲୁଣ୍ଡା ବିମାନ ପଡିଆ ସମ୍ପ୍ରସାରଣ କାମ ଜୋରସୋରରେ ଚାଲୁ ରହିଛି। ବୁଧବାର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା କାର୍ୟ୍ୟସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ସମୀକ୍ଷା କରିଥିଲେ। ଦୀର୍ଘ ବର୍ଷ ଧରି ଅବ୍ୟବହୃତ ହୋଇ ପଡି ରହିଥିବା ରଙ୍ଗେଇଲୁଣ୍ଡା ବିମାନ ପଡିଆରୁ ଗତ ମାର୍ଚ୍ଚ ୫ ତାରିଖରୁ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ୯ ସିଟ୍ ବିଶିଷ୍ଟ ବିମାନ ଉଡ଼ିବା ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଏକ ବର୍ଷ ବିତିବାକୁ ଯାଉଥିବା ବେଳେ ଗତ ଡ଼ିସେମ୍ବର ମାସରେ ସମ୍ପ୍ରସାରଣ କାମ ପାଇଁ ଟେଣ୍ଡର ଆହ୍ବାନ କରାଯିବା ସହ ଭୁବନେଶ୍ଵରର ଏକ ଠିକା ସଂସ୍ଥାକୁ ୩୧ କୋଟି ବିନିମୟରେ ସମ୍ପ୍ରସାରଣ କାମ ଦିଆଯାଇଥିଲା। ଏହା ମଧ୍ୟରେ ଠିକା ସଂସ୍ଥା ପକ୍ଷରୁ ସଂପ୍ରସାରଣ କାମ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ଡ଼ିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି।

ଏସମ୍ପର୍କରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସୂଚନା ଦେଇଛନ୍ତି ଯେ ସରକାରଙ୍କ ପକ୍ଷରୁ ବିମାନ ପଡିଆର ସମ୍ପ୍ରସାରଣ ନିମନ୍ତେ ଗତ ଫେବୃଆରୀ ୨୭ ତାରିଖରେ ୧୧୭.୧୪ କୋଟି ର ବ୍ୟୟ ମଞ୍ଜୁରି କରାଯାଇଥିଲା। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବିମାନ ବନ୍ଦର ସମ୍ପ୍ରସାରଣ କାମ ସରିବା ସହ ଆସନ୍ତା ଜାନୁଆରୀରୁ ଏଠାରୁ ୩୦ ସିଟ୍ ବିଶିଷ୍ଟ ବିମାନ ଉଡାଣ ଆରମ୍ଭ ହେବ ବୋଲି ବିଧାୟକ କହିଛନ୍ତି। ଗୋପାଳପୁର ଆସୁଥିବା ପର୍ୟ୍ୟଟକ ସମେତ ସାଧାରଣ ଜନତା ଅନ୍ୟ ସ୍ଥାନକୁ କମ ସମୟ ମଧ୍ୟରେ ଯିବାଆସିବା କରିପାରିବେ ।

- Advertisement -

ସୂଚନା ଯୋଗ୍ୟ ଗତ ଡ଼ିସେମ୍ବର ୧ ,୨୦୨୨ଏକର ବିମାନ ପଡିଆ ସମ୍ପ୍ରସାରଣ ନିମନ୍ତେ ୯୮.୭୨ କୋଟି ଟଂକାର ପ୍ରାଶାସନିକ ଅନୁମୋଦନ ହୋଇ ସାରିଥିବା ସହ ଟେଣ୍ଡର ଆହ୍ବାନ କରା ଯାଉଥିଲା। କିନ୍ତୁ ଟେଣ୍ଡର ରେ କୌଣସି ଠିକା ସଂସ୍ଥା ଭାଗ ନେଉ ନଥିବାରୁ ଟେଣ୍ଡର ପ୍ରକିୟାରେ ବିଳମ୍ବ ହୋଇଥିଲା। ଏବେ ଏହାର ପ୍ରଥମ ପର୍ୟ୍ୟାୟ ଟେଣ୍ଡର ପ୍ରକିୟା ସରିବା ସହ କାମ ଆରମ୍ଭ ହୋଇଛି। ଆଗାମୀ ଦିନରେ ଟେଣ୍ଡର କରାଯାଇ ଅନ୍ୟାନ କାମ କରାଯିବ ବୋଲି ଜଣାପଡିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories