ନୂଆଦିଲ୍ଲୀ: ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍। ମୁମ୍ବାଇ ସ୍ଥିତ ବାନ୍ଦ୍ରା ପଶ୍ଚିମର ପାଲି ହିଲ୍ ଅଂଚଳରେ ଥିବା ନାଭ୍ରୋଜ ହିଲ ସୋସାଇଟିର ବିଲ୍ଡିଂରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି। ସୂଚନାଯୋଗ୍ୟ ଯେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ସେହି ବିଲ୍ଡିଂରେ ରୁହନ୍ତି। ସ୍ୱଭାଗ୍ୟବଶତଃ କେହି ମୃତାହତ କିମ୍ବା ଆହତ ହେବାର ଖବର ମିଳିନାହିଁ। ବୁଧବାର ବିଳମ୍ବିତ ରାତିରେ ଏହି ୧୭ ମହଲା ବିଶିଷ୍ଟ କୋଠରେ ଅଗ୍ନିକାଣ୍ଡ ଘଟିଥିଲା। ୧୩ ମହଲାରେ ଥିବା ରୋଷେଇ ଘରୁ ନିଆଁ ବ୍ୟାପିବା ଆରମ୍ଭ କରିଥିଲା। ସମାନ ମହଲାରେ ଜ୍ୟାକଲିନଙ୍କ ୫ବିଏଚକେ ଘର ରହିଛି।
Popular Categories



