୧୨ଘଣ୍ଟିଆ ମାଧପୁର ବନ୍ଦ

ଆଠମଲ୍ଲିକ: ୧୨ ଘଣ୍ଟିଆ ମାଧପୁର ବନ୍ଦ। ଆଠମଲ୍ଲିକ କୃଷକ ମହାସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକରେ ୧୨ ଘଣ୍ଟିଆ ମାଧପୁର ବନ୍ଦ ଡାକରା ଦିଆଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ଡାକ୍ତରଖାନା ସ୍ଥାନାନ୍ତର ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସକାଳୁ ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ମାଧପୁର ବଣିକ ସଂଘ ଏବଂ ସ୍ଥାନୀୟ ବାସୀନ୍ଦା ଏହି ବନ୍ଦକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ ଜଣାଇଛନ୍ତି। ଆଠମଲ୍ଲିକ ବୌଦ୍ଧ ଜାତୀୟ ରାଜପଥ ଅବରୋଧ କରାଯିବା ଫଳରେ ବୌଦ୍ଧ ଏବଂ ସମ୍ବଲପୁର ଆଦିକୁ ଯାନବାହନ ଚଳାଚଳ ବନ୍ଦ ରହିଛି।

Comments are closed.