www.samajalive.in
Saturday, December 6, 2025
26.1 C
Bhubaneswar

ଛତ୍ରପୁର ବ୍ଲକରେ ୧୪୫୧ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମରେ ମଧୁବାବୁ ପେନସନ୍ ଯୋଜନାରେ ୪୯ ହଜାର ୨୦୧ ଅତିରିକ୍ତ ଭତ୍ତା ଜିଲ୍ଲା ପାଇଁ ମଞ୍ଜୁର କରାଯାଇଛି । ସେଥିମଧ୍ୟ୍ୟରୁ ଛତ୍ରପୁର ବ୍ଲକ ୧୪୫୧ନୂତନ ହିତାଧିକାରୀ ସାମିଲ ହୋଇଛନ୍ତି । ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଛତ୍ରପୁର ବ୍ଲକ ପରିସରରେ ଗୁରୁବାର ଦିନ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି ।

ଛତ୍ରପୁର ବିଡିଓ ଶୁଶାନ୍ତ କୁମାର ବରାଳ ଏଥିରେ ଅଧକ୍ଷ୍ୟତା କରିଥିଲେ । ଶିବିରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିଥିଲେ । ରାଜ୍ୟ ସରକାର ସବୁ ବର୍ଗର ଲୋକମାନଙ୍କପାଇଁ ବିଭିନ୍ନ ଯୋଜନା କରିଛନ୍ତି । ନୂତନ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁର ହୋଇଥିବାରୁ ରାଜ୍ୟ ସରକାର ଓ ଗଞ୍ଜାମ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଥିଲେ ବିଧାୟକ । ଏବେ ବି ଜିଲ୍ଲା କୁ ୯୨୨୯ ଟି ଭତ୍ତା ପାଇଁ ଆବେଦନ ଆସିଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ, ଉପଧ୍ୟକ୍ଷା ଏସ.ସାରଦା ରେଡି, ଜିଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣି ଦାସ, ଛତ୍ରପୁର ଉପଖଣ୍ଡ ସାମାଜିକ ଅଧିକାରୀ ପି.ପଦ୍ମା, ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନ ମୋହନ ସେନାପତିଙ୍କ ସମେତ ବିଭିନ୍ନ ପଂଚାୟତର ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories