www.samajalive.in
Friday, December 5, 2025
23.1 C
Bhubaneswar

ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି

ପୁରୀ: ଶୁକ୍ରବାରଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ଶେଷ ହେବ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ମରାମତି କାମ କରାଯିବ । ଏଥିପାଇଁ ଶ୍ରୀଜିଉଙ୍କ ପୂଜାବିଧିର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାତି ୩ଟା ୧୪ରେ ଦ୍ବାରଫିଟା ନୀତି ହୋଇଛି। ରାତି ଗୋଟାଏ ୨୬ରେ ହୋଇଥିଲା ରାତ୍ର ପହୁଡ। ପରେ ମଙ୍ଗଳଆଳତି, ତଡପଲାଗି, ଅବକାଶ ନୀତି ପରେ ବେଶ ସମ୍ପନ୍ନ। ସେହିପରି ୧୦ଟାରୁ ୧୧ଟା ୩୦ ମଧ୍ୟରେ ମଧ୍ୟହ୍ନ ଧୂପ, ୧୦ଟା ୩୦ରୁ ଅପରାହ୍ନ ଗୋଟାଏ ମଧ୍ୟରେ ଦ୍ବିତୀୟ ଭୋଗମଣ୍ଡପ ନୀତି କରିଯିବ। ମରାମତି କାର‌୍ୟ୍ୟ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି କାର‌୍ୟ୍ୟ ପ୍ରତିଦିନ ମଧ୍ୟାହ୍ନ ଗୋଟାଏରୁ ସନ୍ଧ୍ୟା ୭ଟା ପର‌୍ୟ୍ୟନ୍ତ ଚାଲିବ । ସେପଟେ ମରାମତି କାମ ପାଇଁ ଯେଭଳି ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ନାହିଁ, ସେଥିପାଇଁ ବ୍ୟବସ୍ଥା ହୋଇଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories