www.samajalive.in
Friday, December 5, 2025
20.1 C
Bhubaneswar

ବିବାହିତା ପ୍ରେମିକାକୁ ୭ ବର୍ଷ ଧରି ନିର୍ଯାତନା, ପ୍ରେମିକ ଗିରଫ

ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ଖଣ୍ଟଘର ଗ୍ରାମ ପାରାଭାଡ଼ି ସାହିର ରାହାସ ନାୟକଙ୍କର ପୁଅ ନଗେନ ନାୟକ ସାତ ବର୍ଷ ଧରି ସ୍ଥାନୀୟ ସାନ୍ତରାପୁର ପଞ୍ଚାୟତ ଛତିଆ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିଲେ। ହେଲେ ୨୦୧୭ ମସିହାରେ ଯୁବତୀଙ୍କ ଡ଼ାଙ୍ଗୁଆପଶି ଗ୍ରାମରେ ଜଣେ ରେଳବାଇ ଯନ୍ତ୍ରୀଙ୍କ ସହ ବିବାହ କରାଯାଇଥିଲା। ମାତ୍ର ନଗେନ ଉକ୍ତ ଯୁବତୀଙ୍କୁ ପୂର୍ବରୁ ଭଲ ପାଇଥିବା କହି ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଧମକ ଚମକ ଦେଇ ରାତିରେ ଶ୍ବଶୂର ଘରୁ ଯୁବତୀଙ୍କୁ ଉଠାଇ ଆଣି ଯୋଡ଼ାରେ ନେଇ ରଖିବା ସହ ଉଭୟ ସ୍ବାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ। ହେଲେ ରେଜିଷ୍ଟ୍ରି ବିବାହ କରିବାକୁ ନା ନେଇନଥିଲେ।

ବାରମ୍ବାର ଗର୍ଭ ନଷ୍ଟ କରି ଯୁବତୀଙ୍କୁ ଅସୁବିଧାରେ ପକାଇବା ସହ ତାଙ୍କୁ ଘରକୁ ଛାଡୁନଥିଲା ଅଭିଯୁକ୍ତ । ଗତ ୧୮ ତାରିଖରେ ଯୁବତୀଙ୍କୁ ଯୋଡ଼ାରେ ଛାଡି ପ୍ରେମିକ ନଗେନ ଗାଁକୁ ଆସି ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିବାବେଳେ ଯୁବତୀ ଜଣକ ଯୋଡ଼ାରୁ ଆସି ପ୍ରେମିକ ନଗେନ ଘରେ ପହଞ୍ଚି ବିରୋଧ କରିବା ସହ ଢେଙ୍କିକୋଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଘଟଗାଁ ଥାନା ଅଧିକାରୀ ଅଞ୍ଜନ କୁମାର ପାତ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତ ନଗେନକୁ ଗିରଫ କରିଥିଲେ। ଉଭୟଙ୍କର ଡାକ୍ତରୀ ପରୀକ୍ଷା ଓ କୋର୍ଟରେ ଝିଅର ବୟାନ ରେକର୍ଡ କରି ଅଭିଯୁକ୍ତ ନଗେନକୁ କୋର୍ଟ ଚାଲାଣ କରାଯାଇଛି।

- Advertisement -

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories