ମହିଳା କଲେଜରେ ବିଶ୍ୱ ଚିନ୍ତନ ଦିବସ

ଆଠଗଡ : ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ)ରେ ଭାରତ ସ୍କାଉଟ ଓ ଗାଇଡର ରେଞ୍ଜର ୟୁନିଟ ପକ୍ଷରୁ ଗୁରୁବାର ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ ଏଥିରେ ପୌରୋହିତ୍ୟ କରି ରବର୍ଟ ସ୍ମିଥ ପାୱେଲଙ୍କର ଜନ୍ମ ତିଥିରେ ବିଶ୍ୱ ଚିନ୍ତନ ଦିବସ ପାଳନର ଅନୁଚିନ୍ତା ସମ୍ପର୍କରେ ଛାତ୍ରୀଙ୍କୁ ବୁଝାଇଥିଲେ । ରେଞ୍ଜର ୟୁନିଟର ମୁଖ୍ୟ ବିଜୟାଲକ୍ଷ୍ମୀ ମହାନ୍ତି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱ ଚିନ୍ତନ ଦିବସ ପାଳନର ଉଦ୍ଦେଶ୍ୟ, ଇତିହାସ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାସ ବିଶ୍ୱରେ ସମ୍ପ୍ରତି ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ଏବଂ ଯୁଦ୍ଧ ଭଳି ପରିସ୍ଥିତିକୁ ଏଡାଇବା ପାଇଁ ଚିନ୍ତନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରାଧ୍ୟାପିକା ସ୍ମିତା ମହାପାତ୍ର ଏହି ବିଶ୍ୱ ଚିନ୍ତନ ଦିବସ ଝିଅମାନଙ୍କ ପାଇଁ କାହିଁକି ସମର୍ପିତ ସେ ସମ୍ପର୍କରେ ବ୍ୟାଖ୍ୟା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା ଓ ଛାତ୍ରୀ ଉପସ୍ଥିତ ଥିଲେ ।

Comments are closed.