www.samajalive.in
Sunday, December 7, 2025
13.1 C
Bhubaneswar

‘ବିକଶିତ ଭାରତ ବିକିଶିତ ରେଳ’ ବିଷୟକୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ

ସମ୍ବଲପୁର : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ପର୍ଯ୍ୟନ୍ତ ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ଗଢ଼ି ତୋଳିବାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କ୍ରମରେ ଦେଶର ବିକାଶରେ ଅନ୍ୟତମ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ରେଳବାଇ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ନେଇଛନ୍ତି । ଆଗାମୀ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶରେ ଅମୃତ ରେଳ ଷ୍ଟେସନ ଯୋଜନା ଅର୍ନ୍ତଗତ ୫୫୬ଟି ରେଳ ଷ୍ଟେସନ ଏବଂ ୧୫୦୦ଟି ଆରଓବି ଏବଂ ଆୟୁବି ଗୁଡିକର ଉଦଘାଟନ କରିବେ । ଏଥିପାଇଁ ରେଳବାଇ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆଯାଇଛି । ଏହି କ୍ରମରେ ସମ୍ବଲପୁର ରେଳ ମଣ୍ଡଳରେ ଆଗାମୀ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୪ଟି ରେଳ ଷ୍ଟେସନର ପୁୁନଃ ବିକାଶ ଏବଂ ୭ଟି ଆରଓବି ଓ ଆୟୁବି ପ୍ରକଳ୍ପ ଗୁଡିକର ଉଦଘାଟନ କରିବେ । ଏଥିପାଇଁ ବୁଧବାର ସମ୍ବଲପୁର ମଣ୍ଡଳ ପକ୍ଷରୁ ବିଭିନ୍ନ ସ୍ଥାନରେ ରଚନା,ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ‘୨୦୪୭ – ବିକଶିତ ଭାରତ ବିକଶିତ ରେଳ’ ବିଷୟବସ୍ତୁ ରଖାଯାଇଥିଲା ।

ମଣ୍ଡଳ ଅଧିନସ୍ଥ ୨୧ଟି ବିଦ୍ୟାଳୟ ଗୁଡିକରେ ଏହି ପ୍ରତିଯୋଗିତା ଗୁଡିକ ଆୟୋଜିତ ହୋଇଥିଲା । ମଣ୍ଡଳ ଅନ୍ତର୍ଗତ କଣ୍ଟାବାଞ୍ଜି, ମହାସମୁନ୍ଦ, ଟିଟିଲାଗଡ, କେସିଙ୍ଗା, ଝାରସୁଗୁଡା, ସମ୍ବଲପୁର, ବରଗଡ, ଯୁଯୁମୁରା ଆଦି ଅଂଚଳରେ ରହିଥିବା ବିଦ୍ୟାଳୟର ୪ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୩୧୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏହି କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୨୬ ତାରିଖରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories