www.samajalive.in
Sunday, December 7, 2025
13.1 C
Bhubaneswar

ଆନନ୍ଦ ମହିନ୍ଦ୍ରାଙ୍କୁ ପସନ୍ଦ ଆସିଲା ପାକିସ୍ତାନ ଜିଲାପି ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଜିଲାପି ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ଏହାର ପ୍ରସ୍ତୁତି ମଧ୍ୟ ଦେଖିବାକୁ ଅତି ଆକର୍ଷକ । ଦୋକାନୀମାନେ ଏହାକୁ ଭିନ୍ନ ଭିନ୍ନ ପ୍ରକାରେ ପ୍ରସ୍ତୁତ କରିଥାନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପ୍ରସ୍ତୁତ ହେଉଛି ଯେଉଁଥିରେ ଏକ ସ୍ବତନ୍ତ୍ର ଢଙ୍ଗରେ ଜିଲାପି ପ୍ରସ୍ତୁତ ହେଉଛି । ଏହା ଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି । ଏପରିକି ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଭିଡିଓ ଦେଖି ଜିଲାପି ପ୍ରସ୍ତୁତ କରୁଥିବା ଦୋକାନୀର ପ୍ରଶଂସକ ହୋଇଯାଇଛନ୍ତି । ସେ ଭିଡିଓକୁ ନିଜ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି ।

- Advertisement -

ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓଟି ପାକିସ୍ତାନର ବୋଲି କୁହାଯାଉଛି । ଏଥିରେ ଜିଲାପି ପ୍ରସ୍ତୁତ ହେଉଛି କିନ୍ତୁ ଏଥିପାଇଁ ଥ୍ରିଡି ପ୍ରିଣ୍ଟର ନୋଜଲ ବ୍ୟବହାର କରାଯାଉଛି । ଏହା ସମସ୍ତଙ୍କୁ ଚକିତ କରୁଛି । ଏଥିରେ ସମୟ ବଞ୍ଚିବା ସହ ଜିଲାପି ଅତି ସୁନ୍ଦର ମଧ୍ୟ ହେଉଛି । ଏହି ଭିଡିଓକୁ ସେୟାର କରି ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି । ସମସ୍ତେ ତାଙ୍କ ଭିଡିଓକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories