www.samajalive.in
Saturday, December 6, 2025
15.1 C
Bhubaneswar

ଐତିହାସିକ ଦୋଳଯାତ୍ରା ପାଇଁ ଉତ୍ସାବ ମୁଖର ଗଞ୍ଜାମ ସହର

ଗଞ୍ଜାମ : ସହରରେ ୫ଦିନ ଧରି ହେବାକୁଥିବା ଐତିହାସିକ ଦୋଳଯାତ୍ରା ପାଇଁ ସମଗ୍ର ସହର ଉତ୍ସବ ମୁଖର ହୋଇଉଠିଛି । ଗୁରୁବାର ଦିନ ଏକାଦଶୀ ଯାତ୍ରା ଅବସରରେ ଶ୍ରୀରାଧାକୃଷ୍ଣ ଙ୍କୁ ଦୋଳ ବିମାନରେ ବସାଯାଇ ଶୋଭାଯାତ୍ରାରେ ନିଜ ନିଜ ସାହିରେ ପରିକ୍ରମା ସହ ଦ୍ଵାରରେ ଭୋଗ ଖାଇଥିଲେ ଠାକୁର । ଏହି କାର୍ଯ୍ୟକ୍ରମ ପ୍ରବଳ ଉତ୍ସାହ ଉଦ୍ଧିପନା ସହ ସରିଥିଲା । ସେହିପରି ଦ୍ଵାଦଶୀ ତିଥି ଅବସରରେ ଶୁକ୍ରବାର ମଧ୍ୟ୍ୟ ରାତ୍ରି ରେ ସମସ୍ତ ସାହି ଠାକୁର ମାନେ ବିମାନ ଯୋଗେ ବିରାଟ ଶୋଭାଯାତ୍ରାରେ ନିଜ ସାହି ସହ ଅନ୍ୟ ସାହି ମଧ୍ୟ୍ୟ ପରିକ୍ରମା କରିଥିଲେ । ଏହା ସହିତ ଠାକୁରଙ୍କ ମିଳନ କାର୍ଯ୍ୟକ୍ରମ ମଧ୍ୟ୍ୟ ହୋଇଥିଲା । ସାମାନ୍ତରା ସାହିର ମଦନ ମୋହନ ଗୋପାଳ ସ୍ୱାମୀ, ପଣ୍ଡା ସାହିର ରାଧାକାନ୍ତ ସ୍ୱାମୀ,ଚୌଧୁରୀ ସାହିର ଗୋପୀନାଥ ସ୍ୱାମୀ, ଦୁର୍ଗାଦେବୀ ସାହିର ରାଧା ଗୋବିନ୍ଦ ସ୍ୱାମୀ, ରାଉଳ ସାହିର ଗୋପୀନାଥ ସ୍ୱାମୀ ବ୍ରାହ୍ମଣ ଢାମଣା ସାହିର ମଦନ ମୋହନ ସ୍ୱାମୀ, ଓଡ଼ିଆ ଢାମଣା ସାହିର ରାମେଶ୍ଵର ମହାଦେବ, ସାନ ବଜାର କୈବର୍ତ୍ତ ସାହିର ବୃନ୍ଦାବନ ସ୍ୱାମୀ ଦାମୋଦରପୁର ଗ୍ରାମର ଗୋପାଳ ସ୍ୱାମୀ, ପୁଇଁତଳା ଗ୍ରାମର ବାରିକି ସାହି, କାର୍ଜି ସାହି ଗୋପୀନାଥ ସ୍ଵାମୀ, ସାନସାହି ର ହନୁମାନ ଠାକୁର, ସୂର୍ଯ୍ୟନାରାୟଣ ପୁର, ବିଞ୍ଚଣା ପଲ୍ଲୀ ରେ ପ୍ରମୁଖ ଗ୍ରାମର ରେ ପରିକ୍ରମା କରି ଦ୍ୱାରରେ ଭୋଗ ଖାଇଥିଲେ । ଏହି ଦୋଳଯାତ୍ରା ଅବସରରେ ବିଭିନ୍ନ ସାହିରେ ରଙ୍ଗବେରଙ୍ଗର ସୁସଜ୍ଜିତ ଝିଲମିଲ ଆଲୋକମାଳାରେ ମନ୍ଦିର ଓ ସାହି ଝଲସି ଉଠିଥିବା ଦେଖିବାକୁ ମିଳିଛି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories