ଗଞ୍ଜାମରେ ଦୁଇଦିନିଆ ଧର୍ମଘଟ ପ୍ରଭାବ
ଗଞ୍ଜାମ: ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ଼ ୟୁନିୟନ ଓ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀମାନଙ୍କ ପକ୍ଷରୁ ଗଞ୍ଜାମ ସହରରେ ଦୁଇଦିନିଆ ଧର୍ମଘଟ ବନ୍ଦ ପାଳନ କରାଯାଇଥିଲା। ଏହି ଆନ୍ଦୋଳନରେ ସ୍ଥାନୀୟ ନେତା ରାମ ଚନ୍ଦ୍ର ନାୟକ ଦୀଲ୍ଲିପ ଛୋଟରାୟ, ପି .ହରିକୃଷ୍ଣ ରେଡି ଓ କୈଳାସ ପଲାଇ ପ୍ରମୁଖ ନେତୃତ୍ବ ନେଇଥିଲେ। ଶତାଧିକ ଅଙ୍ଗନବାଡି କର୍ମୀ ଓ ଟ୍ରେଡ଼ ୟୁନିୟନ କର୍ମକର୍ତ୍ତା ସହର ସ୍ଥିତ ତ୍ରିବେଣୀ ମଠ ଛକରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟ ସମେତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରିଥିଲେ। ଏହା ସହିତ ୧୬ ନମ୍ବର ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ। ଏହି ଆନ୍ଦୋଳନରେ ତ୍ରିଲୋଚନ ପ୍ରଧାନ, ସୁଜିତ ବେହେରା, ଜୟ ବାରିକି ସମେତ ଅନ୍ୟ ମାନେ ସାମିଲ ହୋଇଥିଲେ।
Comments are closed.