www.samajalive.in
Tuesday, December 9, 2025
26.1 C
Bhubaneswar

ଗଞ୍ଜେଇ ଜବତ, ୫ ଗିରଫ

ବାଲିଗୁଡା : ବାଲିଗୁଡା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୬୧ କେଜି ଗଞ୍ଜେଇ ଜବତ କରିବା ସହ ପାଂଚଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।

ପୁଲିସ ଏସଆଇ ରବିନ୍ଦ୍ର ମୁଣ୍ଡାରୀଙ୍କ ନେତୃତ୍ୱରେ ବାଲିଗୁଡା ଥାନା ଅନ୍ତର୍ଗତ ମହାଶିଙ୍ଗିଠାରେ ଏମଭି ଚେକଂ ସମୟରେ ଗୋଟିଏ କାରରେ ତିନିଜଣ ଗଂଜେଇ ମାଫିଆ ଗାଡିରେ ଗଂଜେଇ ଧରି ଯାଉଥିଲେ। ଚେକିଂ କରିବା ସମୟରେ ଗାଡିରୁ ଗଂଜେଇ ବାହାରିଥିଲା। ଏହାପରେ ଉକ୍ତ କାରରେ ବସିଥିବା ତିନିଜଣଙ୍କ ସହ କାରକୁ ବାଲିଗୁଡା ଥାନା ଆଣିଥିଲେ। କାରରୁ ୩୦କେଜି ୫୦୦ଗ୍ରାମ ଗଂଜେଇ ଜବତ କରାଯାଇଥିଲା। କାରରେ ଥିବା ତିନିଜଣ ହେଉଛନ୍ତି, ମଧ୍ୟପ୍ରଦେଶର ରାମଚନ୍ଦ୍ର ବିରଗି, ବୌଦ୍ଧର ଇନ୍ଦ୍ରଜିତ କହଁର, ଦୁଃଖିଶ୍ୟାମ ମଳିକ ଘର ବାଲିଗୁଡା। ଏହି ତିନିଜଣନଙ୍କୁ ଗିରଫ କରି ଥନା କେଶ ନମ୍ବର ୧୭୨/୨୦୨୦ରେ ମାମଲା ରୁଜୁକରି କୋର୍ଟ ଚାଲଣ କରାଯାଇଛି।

- Advertisement -

ସେହିଭଳି ଅପରାହ୍ନରେ ଗଂଜେଇ କାରବାର ହେଉଥିବାବେଳେ ପୁଲିସ ଖବର ପାଇ ଏସଆଇ ରଚିତା ମାଡକାମି ନେତୃତ୍ୱରେ ଚଢାଉ କରିଥିଲା। ସୁଚନା ପ୍ରକାରେ, ମାହଶିଙ୍ଗି ପଂଚାୟତ କାର୍ଯ୍ୟାଳୟ ନିକଟରେ ଦୁଇ ଗଂଜେଇ ବ୍ୟବସାୟୀ ଗଂଜେଇ ନେଇ ବ୍ୟବସାୟ କରୁଥିବା ସମୟରେ ଚଢାଉ କରିଥିଲେ। ସେମାନଙ୍କ ଠାରୁ ୩୦କେଜି ୫୦୦ଗ୍ରାମ ଗଂଜେଇ ଜବତ କରିଥିବାବେଳେ ଦୁଇ ଗଂଜେଇ ବ୍ୟବସାୟୀ ଦେବଦାସ ବିନ୍ଧାଣି ଓ ଇନ୍ଦ୍ରଜିତ କହଁରଙ୍କୁ ଗିରଫ କରି ଥାନା କେଶ ନମ୍ବର ୧୭୪/୨୦୨୦ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories