www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ, ପ୍ରଥମେ କେବେ ଛପା ଯାଇଥିଲା ନୋଟରେ ଗାନ୍ଧିଙ୍କ ଫଟୋ

ଟଙ୍କା ଜରିଆରେ ସମସ୍ତଙ୍କ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧି ରହିଛନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି, କେବେଠାରୁ ଗାନ୍ଧିଜୀଙ୍କ ଫଟୋଚିତ୍ର ଟଙ୍କାରେ ଛପା ଯାଉଛି ଓ  ଏହା ପଛର କାରଣ କ’ଣ ?

ଭାରତୀୟ ନୋଟରେ ଗାନ୍ଧିଜୀଙ୍କ ଫଟୋ ପ୍ରଥମେ ୧୯୬୯ରେ ଛପା ଯାଇଥିଲା। ସେହି ବର୍ଷ ଗାନ୍ଧିଜୀଙ୍କ ଜନ୍ମ ଶତାବ୍ଦୀ ମଧ୍ୟ ଥିଲା। ତାଙ୍କ ଫଟୋ ପଛରେ ସେବାଗ୍ରାମ ଆଶ୍ରମ ମଧ୍ୟ ଥିଲା। ୧୯୮୭ ମସିହା ଅକ୍ଟୋବରରେ ପ୍ରଥମ କରି ୫୦୦ ଟଙ୍କା ନୋଟ ବଜାରକୁ ଆସିଥିଲା ଏବଂ ସେଥିରେ ଗାନ୍ଧିଜୀଙ୍କ ଫଟୋ ଛପା ହୋଇଥିଲା।

- Advertisement -

ଭାରତୀୟ ରିଜର୍ଭ  ବ୍ୟାଙ୍କର ସୂଚନା ସୂଚନା ଅନୁଯାୟୀ, ୧୯୯୬ରେ ଗାନ୍ଧିଜୀଙ୍କ ଫଟୋ ଥିବା ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା। ଏହା ପରେ ଗାନ୍ଧିଜୀଙ୍କ ଫଟୋ ଥିବା ୫ ଟଙ୍କିଆ,୧୦ ଟଙ୍କିଆ,୨୦ ଟଙ୍କିଆ,୧୦୦ ଟଙ୍କିଆ,୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ ବଜାରରେ ଚାଲିଥିଲା । ଏହା ସମୟରେ ଅଶୋକ ସ୍ତମ୍ଭ ଥିବା ସ୍ଥାନରେ ମହାତ୍ମା ଗାନ୍ଧୀ ଫଟୋ ଏବଂ ନୋଟର ତଳ ଭାଗର ବାମ ପଟେ ଅଶୋକ ସ୍ତମ୍ଭ ଚିହ୍ନ ଛପା ଯାଇଥିଲା।

ଏହା ପୂର୍ବରୁ ୧୯୮୭ ମସିହାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ୱାଟର ମାର୍କ ରୂପେ ବ୍ୟବହାର କରାଯାଇଥିଲା। ଯାହା ନୋଟର ବାମ ପଟରେ ଦେଖିବାକୁ ମିଳୁଥିଲା। ସେବେଠାରୁ ନୋଟରେ ଗାନ୍ଧିଜୀଙ୍କ ଫଟୋ ଛପା ଯାଉଛି । ଏକ ଆରଟିଆଇ ରିପୋର୍ଟ ଅନୁଯାୟୀ, ୧୯୯୩ ମସିହାରେ ଆରବିଆଇ ନୋଟର ଡାହାଣ ପଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛାପିବାକୁ କେନ୍ଦ୍ର ସରକାରଙ୍କ ସୁପାରିସ କରିଥିଲେ ।

ଜାଣନ୍ତୁ ନୋଟରେ ଛପା ଯାଉଥିବା ଗାନ୍ଧୀଙ୍କ ଚିତ୍ର ପଛରେ କ’ଣ ରହିଛି ରହସ୍ୟ

ସୂଚନା ଅନୁଯାୟୀ, ଗାନ୍ଧିଜୀଙ୍କ ଏହି ଫଟୋ ୧୯୪୬ ମସିହାରେ ଉତ୍ତେଳନ ହୋଇଥିଲା ବା ଉଠା ଯାଇଥିଲା। ଏହି ଫଟୋ ସେତେବେଳର ଯେବେ  ଗାନ୍ଧିଜୀ ଲର୍ଡ ଫ୍ରେଡ୍ରିକ୍ ପୈଥିକ ଲରେନ୍ସ ଭିକ୍ଟୋରିଆ ହାଉସକୁ ଆସିଥିଲେ ।

ବିଭିନ୍ନତା ମଧ୍ୟରେ ଏକତା ହେଉଛି ଭାରତ ଏବଂ ମାହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରୀୟ ପ୍ରତୀକ ଭାବରେ ଗ୍ରହଣ କରାଯାଉଛି । ରାଷ୍ଟ୍ରପିତାର ଉପାଧି ହାସଲ କରିସାରି ଥିବା ଗାନ୍ଧିଜୀ ସେହି ମସୟରେ ରାଷ୍ଟ୍ରର ଚେହେରା ଥିଲେ । ସେଥିପାଇଁ ନୋଟରେ ତାଙ୍କ ଚିତ୍ର ଛପାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ନୋଟରେ ଅନ୍ୟ ସଂଗ୍ରାମୀଙ୍କ ଫଟୋ ରହିଥିଲେ ସେମାନଙ୍କ ନାମରେ କ୍ଷେତ୍ରୀୟ ବିବାଦ ଉପୁଜିବାର ଆଶଙ୍କା କରାଯାଉଥିଲା।

ନିକଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ କହିଥିଲେ ଯେ, ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ୟାନେଲ ପକ୍ଷରୁ ଗାନ୍ଧିଜୀଙ୍କ ସ୍ଥାନରେ ଅନ୍ୟ ରାଷ୍ଟ୍ରୀୟ ନେତାଙ୍କ ଫଟୋ ଛପା ଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା। କାରଣ ମହାତ୍ମା ଗାନ୍ଧିଙ୍କ ଭଳି ଅନ୍ୟ କେହି ବ୍ୟକ୍ତିତ୍ବ ଦେଶର ସ୍ବଭାବକୁ ପ୍ରତିନିଧିତ୍ବ କରି ପାରିବେ ନାହିଁ ବୋଲି ଜେଟଲି କହିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories