www.samajalive.in
Monday, December 15, 2025
24.1 C
Bhubaneswar

ବାଇକ ସହ ଗଞ୍ଜେଇ ଜବତ, ବାପ-ପୁଅ ଗିରଫ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ଅଞ୍ଚଳରେ ଗଞ୍ଜେଇ କାରବାର ଥମିବାର ନା ଧରୁନଥିଵା ବେଳେ ଫିରିଙ୍ଗିଆ ପୁଲିସ ପୁଣି ଥରେ ଏକ ବାଇକ ସହ ୨୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଏଥିରେ ସଂପୃକ୍ତ ଦୁଇଜଣ ଗଞ୍ଜେଇ ମାଫିଆକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ  ଦୁଇ ଜଣ ବାପ-ପୁଅ ବୋଲି ଜଣା ପଡ଼ିଥିବା ବେଳେ ସେମାନେ ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ ଅଧୀନରେ ଥିବା ଲତପଙ୍ଗିଆ ଗାଁର ରଥ ପୃଷ୍ଟି ଓ ତାଙ୍କ ପୁଅ ରାସବିହାରି ପୃଷ୍ଟି ବୋଲି ଜଣା ପଡିଛି । ତେବେ ଉଭୟ ବାପା ପୁଅ ଦୀର୍ଘ ଦିନ ଧରି ଏହି ଗଞ୍ଜେଇ କାରବାର ଚଲାଇ ଆସୁଥିବା ବେଳେ ବାପ-ପୁଅ ଦୁଇ ଜଣ ଜଣେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ତେବେ ପୁଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ  ଟିମ ସହ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ବାପ ପୁଅଙ୍କୁ ଲତପଙ୍ଗିଆ ଗାଁ ନିକଟରେ ଧରିବାରେ ସଫଳ ହୋଇଥିଲେ। ଅନ୍ୟପଟେ ଗୁରୁବାର ଫିରିଙ୍ଗିଆ ଥାନାରେ ଏହି ଗଞ୍ଜେଇ ଚାଲାଣ ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଉଭୟ ବାପା ପୁଅଙ୍କୁ ଜବତ ବାଇକ ଓ ଗଞ୍ଜେଇ ସହ କୋର୍ଟ ଚଲାଣ କରାଯାଇଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories