www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରେମ ହେଲା କାଳ, ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ଥାନା ଅନ୍ତର୍ଗତ ପାଣିଗଂଡା ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢାଡିହରେ ଶୋଇଥିବା ଅବସ୍ଥାରେ ସ୍ବାମୀ ତାର ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ରାତ୍ର ପ୍ରାୟ ୩ଟା ସମୟରେ ପାରିବାରିକ କଳହକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା। ସ୍ତ୍ରୀ ଶୋଇଥିବା ଅବସ୍ଥାରେ ସ୍ବାମୀ ମିଟୁ ମଣ୍ଡଳ(୨୨) ଏକ ଧାରୁଆ ଟାଙ୍ଗିଆରେ ସ୍ତ୍ରୀ ସସ୍ମିତା ମଣ୍ଡଳ(୨୨)କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିଲା। ପ୍ରକାଶ ଥାଉ କି, ମିଟୁ ଓ ସସ୍ମିତା ମୋହନା ହିଲଟପ୍‍ କଲେଜରେ ପଢୁଥିବା ସମୟରେ ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା।   ପ୍ରେମ ସମ୍ପର୍କ ନିବିଡ ହେବା ଯୋଗୁଁ ସସ୍ମିତା ମା ହେବାକୁ ବସିଥିଲେ। ଏକ ବର୍ଷ ତଳେ ସସ୍ମିତା ମିଟୁର ନିଜ ଗ୍ରାମ ବୁଢାଡିହକୁ ଚାଲିଆସିଥିଲା। ଅପରପକ୍ଷେ ମିଟୁ ଗଂଜାମ ଜିଲ୍ଲା ଅନ୍ତର୍ଗତ ଜକରାପଲ୍ଲ୍‍ୀ ଗ୍ରାମର ଜନୈକା ଝିଅ ଜନନୀ ମଣ୍ଡଳ(୨୧)ଙ୍କ ସହିତ ମଧ୍ୟ ପ୍ରେମ ସମ୍ପର୍କରେ ଥିଲା। ଗୋଟିଏ ଦିନରେ ଉଭୟ ପ୍ରେମିକା ପ୍ରେମିକ ମିଟୁର ଘରକୁ ଜବରଦସ୍ତ ଚାଲିଆସିଥିଲେ। ତିନିଜଣଙ୍କ ମଧ୍ୟରେ ପ୍ରଥମେ ସୁସଂପର୍କ ଥିବା ବେଳେ କିଛି ଦିନ ପରେ ସସ୍ମିତା ୮ ମାସର ଗର୍ଭବତୀ ଥିବା ଯୋଗୁଁ ତାଙ୍କୁ ମିଟୁ ନିଜ ଗ୍ରାମ ନିକଟ ସୁନ୍ଦରଗଡ ସ୍ଥିତ  ଶଶୁର ଘରେ ଛାଡି ଆସିଥିଲା। ମିଟୁର ସ୍ତ୍ରୀ ସସ୍ମିତା ଗତ ଜୁଲାଇ ୧୨ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଦେଢମାସ ପରେ ସସ୍ମିତାଙ୍କ ବାପା ଝିଅ ଓ ନାତିକୁ ନେଇ ମିଟୁ ଘରକୁ ସୋମାବାର ଦିନ ସକାଳ ପ୍ରାୟ ୧୧ ଘଂଟା ସମୟରେ ଆସି ପହଞ୍ଚିଥିଲା। ପରିବାର ଲୋକେ ରାତ୍ରରେ ଖାଇସାରି ଶୋଇପଡିବା ପରେ ରାତ୍ର ପ୍ରାୟ ୩ ଘଂଟା ସମୟରେ ମିଟୁ ଏକ ଧାରୁଆ ଟାଙ୍ଗିଆରେ ସସ୍ମିତାର ବେକକୁ ହାଣିଦେଇଥିଲା। ସସ୍ମିତାର ମୃତ୍ୟୁ ଘଟଣା ସ୍ଥଳରେ ଘଟିବା ପରେ ଜନନୀ ଏବଂ ପରିବାର ଲୋକେ ଚିତ୍କାର ଶୁଣି ଉଠିପଡ଼ିଥିଲେ। ଏହାପରେ ପରିବାର ଲୋକେ ମିଟୁକୁ ଦଉଡିରେ ବାନ୍ଧି ରଖି ଅଡବା ଥାନାକୁ ଖବର ଦେଇଥିଲେ। ମିଟୁର ଶଶୁର ପ୍ରଫୁଲ ଶବର ଅଡବା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଡବା ଭାରପ୍ରାପ୍ତ ଆଇଆଇସି ମୁକେଶ ଲାକ୍ରା,ଏଏସଆଇ ଜୟପ୍ରକାଶ ପଟ୍ଟନାୟକ ଓ ଏଏସଆଇ ଜନ ଶବର ଏବଂ କର୍ମଚାରୀଙ୍କ ସମେତ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ମୋହନା ବିଡିଓ ବଂଶୀଧର ଖୋସଲା ଘଟଣା ସ୍ଥଳରେ ପହଁଚି ତନାଘନା କରିଥିଲେ। ହତ୍ୟାରେ ବ୍ୟବହୃତ ରକ୍ତଭିଜା ଟାଙ୍ଗିଆ ଏବଂ ଅଭିଯୁକ୍ତ ମିଟୁ ମଣ୍ଡଳକୁ ଅଡବା ଥାନାକୁ ଆଣି ତଦନ୍ତ କରୁଥିବା ବେଳେ ମିଟୁର ୨ୟ ସ୍ତ୍ରୀ ଜନନୀ କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ସୂତ୍ରରୁ ଜଣାପଡିଛି। ଏହି ହତ୍ୟାରେ କେବଳ ମିଟୁ କିମ୍ବା ଅନ୍ୟ କାହାରର ହାତ ଅଛି ସେ ବିଷୟରେ ତନାଘନା ଚାଲିଛି। ଶିଶୁପୁତ୍ରକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିଡିଓ ଶ୍ରୀ ଖୋସଲା ଚାଇଲ୍ଡଲାଇନକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories