ସୁଶୀଳାଙ୍କୁ ସହାୟତା ହାତ ବଢ଼ାଇଲେ ଉର୍ମିଳା

ଜି.ଉଦୟଗିରି: ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ଗ୍ରାମପଞ୍ଚାୟତ ରୁଦାବିଦୁଙ୍ଗିଆ ଗ୍ରାମର ସୁଶୀଳା ପ୍ରଧାନ ବୟସ ୬୫ ବର୍ଷ ସ୍ୱାମୀ ପ୍ରତାପ ପ୍ରଧାନଙ୍କ ସ୍ତ୍ରୀ ସୁଶୀଳା ପ୍ରଧାନ ନିଜ ଘରେ ଛାତ ଉପରେ ଲୁଗା ସୁଖାଇବାକୁ ଯାଇ ତଳକୁ ଆସୁଥିବା ବେଳେ ହଠାତ ତଳେ ପଡ଼ିଯାଇଥିଲେ। ଫଳରେ ଡାହାଣ ଗୋଡ ଭାଙ୍ଗି ଯାଇଥିଲା। ଏହାପରେ ନିଜର ଦୈନନ୍ଦିନ କାର୍ଯ୍ୟ ସହିତ ଅନ୍ୟ କାମ କରିବାକୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସୁଶୀଳାଙ୍କ ସମସ୍ୟା ସମାଧାନ କରିବାକୁ କନ୍ଧମାଳ ଲୋକ ସଂଗଠନର କର୍ମୀ ସଞ୍ଜୟ ଦିଗାଲ ଓ ଜୀବିକା ସୁରକ୍ଷାମଞ୍ଚ ଟିକାବାଲି ବ୍ଲକ ସଭାନେତ୍ରୀ ଉର୍ମିଳା ପ୍ରଧାନ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଆଜି ସୁଶୀଳାଙ୍କୁ ଏକ ହ୍ୟୁଇଲ ଚ୍ୟାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷ ଦିଲିପ କହଁର, ଜିଲା ଆଦିବାସୀ ପରିଷଦ ଅଦକ୍ଷ ରଦନ ମଳିକ ବିପିଏମ ଭାଗିରଥି ପୃଷ୍ଟିଙ୍କ ଉପସ୍ଥିତିରେ ହୁଇଲ ଚ୍ୟାର ପ୍ରଦାନ କରାଯାଇଥିଲା।

Comments are closed.