www.samajalive.in
Tuesday, December 9, 2025
15.1 C
Bhubaneswar

ଯୋଗ ଦ୍ବାରା ମାନସିକ ରୋଗୀର ସ୍ଵାସ୍ଥ୍ୟ ନିୟନ୍ତ୍ରଣକୁ ଆସିଥାଏ

ଜି.ଉଦୟଗିରି :  କନ୍ଧମାଳ ଜିଲା ଅନ୍ତର୍ଗତ ଗୁଟିଙ୍ଗିଆ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀ ତରଫରୁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗଦେଇ ଯୋଗ ଦ୍ବାରା ମାନସିକ ସ୍ଵାସ୍ଥ୍ୟ ରୋଗୀର ରୋଗ ନିୟନ୍ତ୍ରଣକୁ ଆସିଥାଏ ବୋଲି ମତବ୍ୟକ୍ତ କରିଥିଲେ।
ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନେବା, ଲଜ୍ୟା ତ୍ୟାଗ କରିବା, ଆଶା କର୍ମୀର ସହାୟତା ନେବା, ଉତ୍ତମ ଲୋକଙ୍କ ସହ ମିଶିବା ଆଦି ସମ୍ପର୍କରେ ଉପସ୍ଥିତ ସରପଞ୍ଚ ଆକାଂକ୍ଷା ପ୍ରଧାନ, ଅର୍ଚ୍ଚନା ଭୋଇ, ନମିତା ବୁର୍ଗି, ପ୍ରଣତିକା ସାହୁ, ଆଲୋକ ସାମନ୍ତରାୟ, ରାମେଶ୍ୱରୀ ଦିଗାଲ, ଗୀତାଞ୍ଜଳି କହଁର, ସସ୍ମିତା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ସଂଗଠନ ସଂଜୋଜିକା ସୁସ୍ମିତା ଜେନା ପରିଚାଳନା କରିଥିବା ବେଳେ ସୁନେମିଆ ଦିଗାଲ, ରୋହିମଦ୍ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories