www.samajalive.in
Sunday, December 7, 2025
13.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଫଳ ରସ

ଅନେକ ଲୋକ ଜୁସ୍‌ ଦୋକାନକୁ ଗଲେ ମିକ୍ସ ଜୁସ୍‌ ପିଇବାକୁ ପସନ୍ଦ କରିଥାନ୍ତି। ଆମକୁ ଏପରି ଲାଗିଥାଏ ଯେ, ମିକ୍ସ ଜୁସରେ ସବୁ ପ୍ରକାର ଫଳ ମିଶୁଥିବାରୁ ବିଭିନ୍ନ ଭିଟାମିନ୍‌ ମିଳିଥାଏ। କିନ୍ତୁ ମିକ୍ସ ଜୁସ୍‌ ଅପେକ୍ଷା କୌଣସି ଗୋଟାଏ ଫଳର ଜୁସ୍‌ ପିଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା କେଉଁ ଜୁସ୍‌ ପିଇଲେ କେଉଁ ସବୁ ଲାଭ ମିଳେ।ସେଓ ରସ: ଦୈନିକ ଗୋଟାଏ ସେଓ ଖାଇବା ଦ୍ୱାରା ଅନେକ ରୋଗ ଠାରୁ ମୁକ୍ତି ମିଳିଥାଏ। ତେଣୁ ଆପଣ ଯଦି ସେଓ ରସ ପିଇଲେ ତେବେ ନୀରୋଗ ରହିବେ ଏଥିରେ ସନ୍ଦେହ ନାହିଁ। ଏହାଛଡ଼ା ଆପଣ ଏଥିରେ କ୍ଷୀର ମିଶାଇ ଆପେଲ୍‌ ସେକ୍‌ ମଧ୍ୟ କରିପାରିବେ।

ମୌସମୀ ରସ: ମୌସୁମୀ ଜୁସ୍‌ ପିଇଲେ ଚେହେରାରେ ବୟସ୍କପଣ ସହଜରେ ଦିଶେ ନାହିଁ। ଡାଏଟରେ ଥିବା ଲୋକମାନେ ବିଶେଷ କରି ମୌସମୀ ଜୁସ୍‌ ପିଇଥାନ୍ତି। ଏହା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ।ଡାଳିମ୍ବ ରସ: ଯଦି ଆପଣ କୌଣସି ପ୍ରକାରର ରକ୍ତହୀନତା ରୋଗର ଶିକାର ହୋଇଛନ୍ତି ତେବେ ଆପଣଙ୍କ ପାଇଁ ଡାଳିମ୍ବ ରସ ଭଲ ଅଟେ। ଦୈନିକ ଗୋଟିଏ ଗ୍ଲାସ ଡାଳିମ୍ବ ରସ ପିଇବା ଦ୍ୱାରା ଆପଣ ନିଜର ସମସ୍ୟା ଦୂରେଇ ଦେଇପାରିବେ।

- Advertisement -

ସପୁରୀ ରସ: ସପୁରୀ ରସ ଆଖି ଓ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ଏହି ଜୁସ୍‌ ପିଇଲେ ହଜମ ଭଲ ହେବା ସହ ଶରୀରକୁ ପ୍ରଚୁର ପରିମାଣର ଭିଟାମିନ୍‌ ସି ମିଳିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories