www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଫଳ ରସ

ଅନେକ ଲୋକ ଜୁସ୍‌ ଦୋକାନକୁ ଗଲେ ମିକ୍ସ ଜୁସ୍‌ ପିଇବାକୁ ପସନ୍ଦ କରିଥାନ୍ତି। ଆମକୁ ଏପରି ଲାଗିଥାଏ ଯେ, ମିକ୍ସ ଜୁସରେ ସବୁ ପ୍ରକାର ଫଳ ମିଶୁଥିବାରୁ ବିଭିନ୍ନ ଭିଟାମିନ୍‌ ମିଳିଥାଏ। କିନ୍ତୁ ମିକ୍ସ ଜୁସ୍‌ ଅପେକ୍ଷା କୌଣସି ଗୋଟାଏ ଫଳର ଜୁସ୍‌ ପିଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା କେଉଁ ଜୁସ୍‌ ପିଇଲେ କେଉଁ ସବୁ ଲାଭ ମିଳେ।

Pic courtesy : Rawito

ସେଓ ରସ: ଦୈନିକ ଗୋଟାଏ ସେଓ ଖାଇବା ଦ୍ୱାରା ଅନେକ ରୋଗ ଠାରୁ ମୁକ୍ତି ମିଳିଥାଏ। ତେଣୁ ଆପଣ ଯଦି ସେଓ ରସ ପିଇଲେ ତେବେ ନୀରୋଗ ରହିବେ ଏଥିରେ ସନ୍ଦେହ ନାହିଁ। ଏହାଛଡ଼ା ଆପଣ ଏଥିରେ କ୍ଷୀର ମିଶାଇ ଆପେଲ୍‌ ସେକ୍‌ ମଧ୍ୟ କରିପାରିବେ।

- Advertisement -

ମୌସମୀ ରସ: ମୌସୁମୀ ଜୁସ୍‌ ପିଇଲେ ଚେହେରାରେ ବୟସ୍କପଣ ସହଜରେ ଦିଶେ ନାହିଁ। ଡାଏଟରେ ଥିବା ଲୋକମାନେ ବିଶେଷ କରି ମୌସମୀ ଜୁସ୍‌ ପିଇଥାନ୍ତି। ଏହା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ।

Pic courtesy : lifealth.com

ଡାଳିମ୍ବ ରସ: ଯଦି ଆପଣ କୌଣସି ପ୍ରକାରର ରକ୍ତହୀନତା ରୋଗର ଶିକାର ହୋଇଛନ୍ତି ତେବେ ଆପଣଙ୍କ ପାଇଁ ଡାଳିମ୍ବ ରସ ଭଲ ଅଟେ। ଦୈନିକ ଗୋଟିଏ ଗ୍ଲାସ ଡାଳିମ୍ବ ରସ ପିଇବା ଦ୍ୱାରା ଆପଣ ନିଜର ସମସ୍ୟା ଦୂରେଇ ଦେଇପାରିବେ।

ସପୁରୀ ରସ: ସପୁରୀ ରସ ଆଖି ଓ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ଏହି ଜୁସ୍‌ ପିଇଲେ ହଜମ ଭଲ ହେବା ସହ ଶରୀରକୁ ପ୍ରଚୁର ପରିମାଣର ଭିଟାମିନ୍‌ ସି ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories