ଶୁକ୍ରବାର କରନ୍ତୁ ଏହି ଉପାୟ ଦୂର ହେବ ବହୁ ସମସ୍ୟା
ଜାତକରେ ରହିଥିବା ଦୋଷରୁ ମୁକ୍ତି ପାଇଁ ଶୁକ୍ରବାର ଦିନ କିଛି ଉପାୟ ଅବଲମ୍ବନ କରିବା ଦ୍ୱାରା ଏହା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ଜାତକରେ ଶୁକ୍ରଙ୍କ ସ୍ଥିତି ଭଲ ନଥିଲେ ବୈବାହିକ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ଏପରି ଉପାୟ ବିଷୟରେ ଜାଣନ୍ତୁ ଯାହାକୁ ଶୁକ୍ରବାର ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବା ସହ ଶୁକ୍ରଙ୍କ ଦୋଷ ଦୂର ହୋଇଥାଏ।
ଶୁକ୍ରବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ମନ୍ତ୍ର ବଦଳରେ ଆପଣ ଭଗବାନ ବିଷ୍ଣୁଙ୍କ ନାମ ମଧ୍ୟ ଜପ କରିପାରିବେ।
ଚାନ୍ଦି, ଚାଉଳ, ମିଶ୍ରି, ଧଳା ରଙ୍ଗର ପୋଷାକ, ଦହି , ଧଳା ଚନ୍ଦନ ଆଦି ଗରିବ ଲୋକଙ୍କୁ ଦାନ କରିବା ସହ ମନ୍ଦିର କିମ୍ବା ଗରିବ ବ୍ୟକ୍ତିଙ୍କୁ କ୍ଷୀର ମଧ୍ୟ ଦାନ କରିପାରିବା ଦ୍ୱାରା ଜାତକରେ ଶୁକ୍ର ଦୋଷ ଦୂର ହୋଇଥାଏ।
ଶୁକ୍ରବାର ଦିନ ଯେକୌଣସି ବିବାହିତା ସଧବା ନାରୀଙ୍କୁ ଚୁଡ଼ି, କୁଙ୍କୁମ, ଲାଲ ରଙ୍ଗର ଶାଢୀ ଦାନ କରନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ପଣ୍ଡିତଙ୍କ ଦ୍ୱାରା ଶିବଲିଙ୍ଗରେ କ୍ଷୀର ଓ ଜଳ ଅର୍ପଣ କରନ୍ତୁ। ରୁଦ୍ରାକ୍ଷ ମାଳା ବ୍ୟବହାର କରି ‘ଓଁ ନମଃ ଶିବାୟ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ।
Comments are closed.