ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ : ଆଜି କେରଳରେ ଛୁଟି ଘୋଷଣା
ନୂଆଦିଲ୍ଲୀ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମନ ଚାଣ୍ଡିଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସୂଚନା ଅନୁସାରେ, ସେ କିଛିଦିନ ଧରି ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କର ପରଲୋକ ଘଟିଛି । ଏ ନେଇ କେରଳ ପିସିସି ସଭାପତି କେ ସୁଧାକରଣ ସୂଚନା ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ ଯୋଗୁ ଆଜି କେରଳରେ ଛୁଟି ଘୋଷଣା କରାଯାଇଛି ।
Comments are closed.