www.samajalive.in
Monday, December 15, 2025
24.1 C
Bhubaneswar

ପୂର୍ବତନ ସିବିଆଇ ନିର୍ଦେଶକ ଊମାଶଙ୍କର ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ସିବିଆଇ ନିର୍ଦେଶକ ଊମାଶଙ୍କର ମିଶ୍ରଙ୍କ ପରଲୋକ ହୋଇଯାଇଛି। ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ୧୯୬୮ ବ୍ୟାଚର ଆଇପିଏସ ଊମାଶଙ୍କର ମିଶ୍ର ଓଡ଼ିଶାର ଏକମାତ୍ର ଆଇପିଏସ ଭାବେ ସିବିଆଇ ନିର୍ଦେଶକ ହୋଇଥିଲେ।

 

- Advertisement -

୨୦୦୩ରେ ଊମାଶଙ୍କର ମିଶ୍ର ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ୧୯୬୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହେଉଛନ୍ତି ଉମାସଙ୍କର ମିଶ୍ର। ସିବିଆଇ ନିର୍ଦେଶକ ଥିବାବେଳେ ଊମାଶଙ୍କର ମିଶ୍ର ଅଣ୍ଡରୱାର୍ଲଡ୍ ଡନ୍ ଆବୁ ସାଲେମକୁ ଧରା ଯାଇପାରିଥିଲା। ଆବୁ ସାଲେମକୁ ସେ ସମୟରେ ପର୍ତ୍ତୁଗାଲରୁ ଭାରତକୁ ଆଣିବାରେ ଊମାଶଙ୍କର ମିଶ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଊମାଶଙ୍କର ଅବସର ନେବା ପରେ ଏକ ଓଡ଼ିଆ ଖବର କାଗଜର ସମ୍ପାଦକ ଭାବେ କିଛିଦିନ କାର୍ଯ୍ୟ କରିଥିଲେ। ଏହା ସହିତ ସେ ମେଘାଳୟ ପ୍ଲାନିଂ କମିଶନର ସଦସ୍ୟ ଓ ମାଇକ୍ରୋସଫ୍ଟ ଇଣ୍ଡିଆର ପରାମର୍ଶଦାତ୍ତା ମଧ୍ୟ ରହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories