www.samajalive.in
Sunday, December 14, 2025
26.1 C
Bhubaneswar

ଆଫଗାନ ସଙ୍କଟ – ଲୋକଙ୍କୁ ସ୍ଥାନାନ୍ତର ଉପରେ ପ୍ରାଥମିକତା ଦେଉଛନ୍ତି ସରକାର

କେନ୍ଦ୍ର ସରକାର କହିଛନ୍ତି ଯେ ଆଫଗାନିସ୍ତାନ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ଓ ଉଚିତ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜି ଆଫଗାନିସ୍ତାନରେ ଉପୁଜିଥିବା ସଙ୍କଟ ଉପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସବୁ ରାଜନୈତିକ ଦଳର ନେତାଙ୍କୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ସରକାର ‘ୱେଟ ଆଣ୍ଡ ୱାଚ’ ଅର୍ଥାତ ଅପେକ୍ଷା କରିଛନ୍ତି ଓ ବିଚାର କରୁଛନ୍ତି ଏବଂ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେଠାରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ଉପରେ ପ୍ରାଥମିକତା ଦିଆଯାଇଛି। ଏହି ବୈଠକରେ ୩୧ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ।

ପରିସ୍ଥିତି ଉପରେ ସରକାରଙ୍କ ପକ୍ଷରୁ ଏକ ଉପସ୍ଥାପନା କରାଯାଇଥିଲା। ବିଶ୍ୱର ଅନ୍ୟାନ୍ୟ ଦେଶ ଭଳି ଭାରତ ମଧ୍ୟ ଏବେ ପରିସ୍ଥିତି ଆକଳନ କରୁଛି ଏବଂ ପ୍ରସ୍ତୁତ ରହିଛି ବୋଲି ଜୟଶଙ୍କର କହିଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଆଫଗାନିସ୍ତାନ ସହ ଭାରତର ବନ୍ଧୁତା ମୂଲ୍ୟବାନ ଅଟେ।

- Advertisement -

ସେ କହିଛନ୍ତି, ଆଫଗାନିସ୍ତାନର ଲୋକଙ୍କ ସହ ଆମର ଦୃଢ ବନ୍ଧୁତା ରହିଥିବା ପ୍ରମାଣିତ ହୋଇଛି। ଭାରତ ସେଠାରେ ୫୦୦ରୁ ଅଧିକ ପ୍ରକଳ୍ପ ନିର୍ମାଣ କରିଛି। ଏହି ବନ୍ଧୁତା ଆମକୁ ମାର୍ଗଦର୍ଶନ କରିବ। ବର୍ତ୍ତମାନ ପାଇଁ ସ୍ଥାନାନ୍ତର ଉପରେ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ଆମର ତୁରନ୍ତ ଚିନ୍ତା ହେଉଛି ସ୍ଥାନାନ୍ତର। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତି ବଦଳିଲେ ସରକାର ଅଧିକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବେ। ଏହି ବୈଠକରେ ସମସ୍ତ ଦଳ ସରକାରଙ୍କ ସ୍ଥାନାନ୍ତର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ତାଲିବାନ ଅଗଷ୍ଟ ୧୫ରେ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତର ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories