BJD Bijuli 480×75 Mob

ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଓ କଂଗ୍ରେସର ପୂର୍ବତନ ବିଧାୟକ ନିହାର ମହାନନ୍ଦ

BJD Bijuli 480×75 Mob

ଭୁବନେଶ୍ବର: ବିଜେପିରେ ମିଶିଛନ୍ତି ବରିର ପୂର୍ବତନ ବିଧାୟକ ଦେବାଶିଷ ନାୟକ। ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି ଦେବାଶିଷ ନାୟକ। ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏକଦା ବିଜେଡିର ଟାଣୁଆ ନେତା ଥିଲେ ଦେବାଶିଷ ନାୟକ। ସେ କେବଳ ଟାଣୁଆ ନେତା ନଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖାସ ଅନୁଗତ ଥିଲେ। ଜନତା ଦଳରରୁ କ୍ୟାରିୟର ଆରମ୍ଭ କରିଥିଲେ। ବରୀ ନିର୍ବାଚନମଣ୍ଡଳୀର ୨୦୦୦ରୁ ୨୦୦୪, ୨୦୦୪ରୁ ୨୦୦୯, ୨୦୦୯ରୁ ୨୦୧୪ ଓ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏପରିକି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ଶ୍ରୀ ନାୟକ ମନ୍ତ୍ରୀ ମଧ୍ୟ ହୋଇଥିଲେ।

ଅପରପକ୍ଷରେ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆଜି ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦେବାଶିଷ ନାୟକ ଓ ନିହାର ମହାନନ୍ଦ ବିଜେପିରେ ସାମିଲ ହୋଇଛନ୍ତି। କିଛି ଦିନ ପୂର୍ବରୁ ନିହାର ମହାନନ୍ଦ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

Comments are closed.