ସମାଜଲାଇଭ ଡେସ୍କ: ଭୁବନେଶ୍ଵରର ପୂର୍ବତନ ସହକାରୀ ଔଷଧ ନିୟନ୍ତ୍ରକ(ଏଡିସି) ରଘୁନାଥ ମଲ୍ଲିକଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସ୍ଵତନ୍ତ୍ର କୋର୍ଟ। ଏହା ସହିତ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ରହିଛି। ରଘୁନାଥଙ୍କ ବିରୋଧରେ ରହିଥିବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରି କୋର୍ଟ ବୁଧବାର ଏହି ରାୟ ଶୁଣାଇଛନ୍ତି।
ଅବସରପ୍ରାପ୍ତ ପୂର୍ବତନ ସହକାରୀ ଔଷଧ ନିୟନ୍ତ୍ରକ ରଘୁନାଥଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାର୍ଜଶିଟ୍ ଦାଖଲ କରାଯାଇଥିଲା। ଦଣ୍ଡ ଶୁଣାଣି ପରେ ଭିଜିଲାନ୍ସ ପକ୍ଷରୁ ରଘୁନାଥଙ୍କ ପେନସନ୍ ବନ୍ଦ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ସୂଚନା ଦିଆଯାଇଛି।



