କଣ୍ଟାବାଞ୍ଜି : ବଲାଙ୍ଗୀର ବନ ବିଭାଗ ସ୍ୱତନ୍ତ୍ର ଦଳ ଗଠନ କରି ସହରର ବିଭିନ୍ନ ସ୍ଥାନରେ ଏକ ବଡ଼ ଧରଣର ଚାଡାଉ କରାଯାଇ ବହୁ ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ସହ ଲକ୍ଷ ଲକ୍ଷ ଟଙ୍କାର ବହୁ ମୂଲ୍ୟବାନ କାଠରେ ତିଆରି ଫର୍ଣ୍ଣିଚର ମାନ ଜବତ କରାଯାଇଛି । ସୂଚନା ମତେ ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦେଶ କ୍ରମେ ଏସିଏଫ ବାବାଜୀ ଚରଣ ରାଉଳଙ୍କ ନେତୃତ୍ୱରେ ବଲାଙ୍ଗୀର, ପାଟଣାଗଡ଼, ଲୋଇସିଂହା, ଲାଠୋର ଏବଂ କଣ୍ଟାବାଞ୍ଜି ରେଞ୍ଜକୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ରବିବାର ସକାଳୁ ସହରର ସିଙ୍ଗଲ ପଡା, ଝଙ୍କର ପଡା, ଏକ ନମ୍ବର ୱାର୍ଡ, ଆମପଡାର ଦୁଇଟି ସ୍ଥାନ ଓ ଗୁଡିଘାଟ ରୋଡ଼ରେ ଥିବା ବିନାୟକ ଟ୍ରେଡ଼ର୍ସର ତିନୋଟି ଗୋଦାମ ଗୃହରେ ବନ ବିଭାଗର ସ୍ୱତନ୍ତ୍ର ଦଳ ଚଢଉ କରି ବିପୁଳ ପରିମାଣର କାଠ ଗଣ୍ଡି ସହ ତିଆରି ହେଇ ଥିବା ଅର୍ଦ୍ଧ ନିର୍ମିତ ଫର୍ଣ୍ଣିଚର ଜବତ କରାଯାଇଛି । ଏହି ଚଢଉ ସମୟରେ ୩୩ଖଣ୍ଡ ଶାଗୁଆନ ଗଣ୍ଡି ସାଙ୍ଗକୁ ସାଇଜ଼ ଶାଗୁଆନ କାଠ ଓ ଏକାଧିକ ଅର୍ଦ୍ଧ ନିର୍ମିତ ତିଆରି ହୋଇଥିବା ମହାରାଜା ପଲଙ୍କ, ଚଉ କାଠ, ଶାଗୁଆନ ସାଇଜ଼ ପଟା ଜବତ ହୋଇଥିବା ଜଣାପଡିଛି ।




