ଫୋର୍ବସ ତାଲିକାର ୮ମ ସ୍ଥାନରେ ଅମ୍ବାନୀ

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ଦେଶର ୨ୟ ସବୁଠୁ ବଡ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଫୋର୍ବସର ରିଏଲ ଟାଇମ୍ ବିଲେନିୟର୍ସ ଇଣ୍ଡେକ୍ସରେ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ୬୫ ବର୍ଷୀୟ ଅମ୍ବାନୀଙ୍କ ମୋଟ୍ ସଂପତ୍ତିର ପରିମାଣ ହେଉଛି ୮୪.୦ ବିଲିୟନ ଡଲାର। ସେ ଲାରି ପେଜ୍ ଏବଂ ସର୍ଗେଇ ବ୍ରିନଙ୍କ ପରି ବିତ୍ତଶାଳୀ ବ୍ୟକ୍ତିଙ୍କୁ ପଛରେ ପକାଇଛନ୍ତି। ତାଲିକାରେ ଗୌତମ ଆଦାନୀ ଚତୁର୍ଥ ସ୍ଥାନରେ ରହିଛନ୍ତି ଏବଂ ତାଙ୍କ ମୋଟ୍ ସଂପତ୍ତି ପରିମାଣ ୧୨୪.୪ ବିଲିୟନ ଡଲାର। ୨୦୭.୭ ବିଲିୟନ ଡଲାର ସହିତ ଏଲନ ମସ୍କ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ୨ୟ ବିତ୍ତଶାଳୀ ହେଉଛନ୍ତି ବର୍ଣ୍ଣାଡ ଆରନଲ୍ଟ, ଯାହାଙ୍କ ମୋଟ୍ ସଂପତ୍ତି ହେଉଛି ୧୪୭.୮ ବିଲିୟନ ଡଲାର। ମୋଟ୍ ୧୩୦.୪ ବିଲିୟନ ଡଲାର ସହିତ ଜେଫ ବେଜୋସ ତୃତୀୟରେ ଅଛନ୍ତି। ଚତୁର୍ଥ ସ୍ଥାନରେ ଗୌତମ ଆଦାନୀ, ପଞ୍ଚମରେ ବିଲ୍ ଗେଟ୍ସ, ଷଷ୍ଠରେ ୱାରେନ ବଫେଟ୍‌ ଏବଂ ସପ୍ତମରେ ଲାରି ଏଲିସନ ରହିଛନ୍ତି। କୋଟିପତିଙ୍କ ତାଲିକାରେ ସାମିଲ୍ ଦୁଇ ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମଧ୍ୟରେ ୪୦.୪ ବିଲିୟନ ଡଲାରର ବ୍ୟବଧାନ ରହିଛି।

Comments are closed.