କାର୍ଯ୍ୟାଳୟରେ ରଖନ୍ତୁ ଏସବୁ ଜିନିଷ, ମିଳିବ ସଫଳତା ଓ ସୁନାମ

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ଆଶା କରିଥାଏ। ସଫଳତା ପାଇବା ପାଇଁ ସେ ଅନେକ ରାସ୍ତା ମଧ୍ୟ ଆପଣାଇଥାଏ। ହେଲେ କାହାକୁ ସଫଳତା ମିଳେ ତ ଆଉ କାହାକୁ ମିଳେନାହିଁ। କେତେକ ବ୍ୟକ୍ତି ଦିନରାତି ପରିଶ୍ରମ କରି ମଧ୍ୟ ସଫଳତା ପାଇନଥାନ୍ତି କିନ୍ତୁ ଆଉ କେତେକ ବ୍ୟକ୍ତି ଏପରି ମଧ୍ୟ ଅଛନ୍ତି ଯେଉଁମାନେ ବିନା ପରିଶ୍ରମରେ ସଫଳତା ପାଇଥାଆନ୍ତି। ଯଦି ଆପଣଙ୍କ କ୍ଷେତ୍ରରେ ଏପରି ହେଉଛି ଅର୍ଥାତ୍ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳୁନାହିଁ ତେବେ ଏପରି କିଛି ଉପାୟ ରହିଛି ଯାହାକୁ ଅବଲମ୍ବନ କରିବା ଦ୍ବାରା ଆପଣ ସୁଫଳ ପାଇପାରିବେ। ପେଙ୍ଗସୁଇ ଏବଂ ଜ୍ୟୋତିଷଶାସ୍ତ୍ରରେ ସଫଳତା ଲାଭ କରିବାର ବିଭିନ୍ନ ଉପାୟ ରହିଛି। ପେଙ୍ଗସୁଇର ବାସ୍ତୁ ସହ ଜଡ଼ିତ ଏପରି କେତେକ ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆପଣଙ୍କ ଘର କିମ୍ବା କାର୍ୟ୍ୟସ୍ଥଳରେ ରଖିଲେ ସେଠାକାରର ସାଜସଜ୍ଜାରେ ବୃଦ୍ଧି ଘଟିବା ସହ ବ୍ୟବସାୟ ଏବଂ କାର୍ୟ୍ୟରେ ମଧ୍ୟ ପ୍ରଗତି ହେବ। ଚାଲନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ –

 

prayash

୧.ଲାଫିଙ୍ଗ୍ ବୁଦ୍ଧ : ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତିକୁ କାର୍ଯ୍ୟାଳୟରେ ରଖିବା ଦ୍ବାରା ସେଠାରେ ସକରାତ୍ମକ ପରିବେଶ ସୃଷ୍ଟି ହେବା ସହ କର୍ମତତ୍ପରତା ଦେଖା ଦେଇଥାଏ।
୨.ବାଉଁଶ ଗଛ: ଘରର ସାଜସଜ୍ଜା ପାଇଁ ବ୍ୟବହୃତ ହେଉଥିବା ଛୋଟଛୋଟ ବାଉଁଶ ଗଛର ଖୁବ୍ ମହତ୍ତ୍ବ ରହିଛି। ଏହା ଆପଣଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଥାଏ। ବାଉଁଶ ଗଛକୁ କାର୍ୟ୍ୟାଳୟରେ ସିଧା କରି ରଖିଲେ ଏହା ଲାଭପ୍ରଦ ହୋଇଥାଏ। ଏହାର ପ୍ରଭାବରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ଯଦି ଆପଣଙ୍କୁ କେହି ବାଉଁଶ ଗଛ ଉପହାର ସ୍ବରୂପ ଦେଉଛି ତେବେ ଏହା ଅଧିକ ଫଳପ୍ରଦ ହୋଇଥାଏ।
୩.ପେଙ୍ଗସୁଇ କଇଁଛ: ଘରେ କିମ୍ବା କାର୍ୟ୍ୟସ୍ଥଳରେ କଇଁଛ ଉପରେ ଛୋଟ କଇଁଛ ଏବଂ ତଳ ଭାଗରେ ମୁଦ୍ରା ଥିବା ମୂର୍ତ୍ତି ରଖିବା ବହୁତ ଶୁଭପ୍ରଦ ହୋଇଥାଏ। ଏହାକୁ ରଖିବା ଦ୍ବାରା ଆପଣ ଦିନକୁ ଦିନ ପ୍ରତିଷ୍ଠା ଅର୍ଜନ କରିବେ।
୪.ଡ୍ରାଗନ: ଚୀନର ପୌରାଣିକ ବିଶ୍ବାସ ଅନୁସାରେ ଡ୍ରାଗନ ଖୁବ୍ ପବିତ୍ର ଏବଂ ପୂଜନୀୟ ହୋଇଥାଏ। ଏହା ସହିତ ପେଙ୍ଗସୁଇ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ଡ୍ରାଗନ ମୂର୍ତ୍ତିକୁ ଅଫିସ ଟେବୁଲରେ ରଖିଲେ ଆପଣଙ୍କ ଶରୀରରୁ ଆଳସ୍ୟ ଦୂର ହେବା ସହ ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ। ଏହା ଦ୍ବାରା ଆପଣଙ୍କ ରଚନାତ୍ମକ ବିଷୟରେ ରୁଚି ବଢ଼ିଥାଏ।

Comments are closed.