୩ ଲକ୍ଷ ୫୦ ହଜାର ଡଲାର ଦାନକଲେ ଏମ୍‍ବାପେ

0

ପ୍ୟାରିସ୍‍ : ଫିଫା ବିଶ୍ୱକପ୍‍ରେ ଚମ୍ପିଆନ୍‍ ହୋଇଥିବା ଫ୍ରାନ୍‍ସ ଫୁଟବଲ ଦଳର ତାରକା ଯୁବ ଖେଳାଳି ଏମ୍‍ବାପେ ବିଶ୍ୱକପ୍‍ ସମୟରେ ବୋନ୍‍ସ ଆକାରରେ ପାଇଥିବା ୩ ଲକ୍ଷ ୫୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ୨ କୋଟି ୪୦ ଲକ୍ଷ)ରୁ ଊର୍ଦ୍ଧ୍ବ ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍‍ରେ ଶ୍ରେଷ୍ଠ ଯୁବ ଖେଳାଳିଭାବେ ବିବେଚିତ ଏମ୍‍ବାପେ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଏହି ଅର୍ଥ ଦାନ କରିଛନ୍ତି। ଏହି ସ୍ୱେଚ୍ଛାସେବୀ ସଂଗଠନ ପିଲାମାନଙ୍କ ନିମନ୍ତେ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏହି ସଂଗଠନ ସହ ଏମ୍‍ବାପେ ଦୀର୍ଘଦିନ ଧରି ଜଡ଼ିତ। ଏମ୍‍ବାପେ ସ୍ୱେଚ୍ଛାସେବୀ ସଂଗଠନକୁ ଏତେ ପରିମାଣ ଅର୍ଥ ଦାନ ଦେବା ବିଷୟକୁ ଉଚ୍ଚପ୍ରଶଂସା କରିଛନ୍ତି ଫ୍ରାନ୍‍ସ ଫୁଟବଲ ଫେଡେରେସନ୍‍ ମୁଖ୍ୟ ନୋଏଲ୍‍ ଲି ଗ୍ରାଏଟ୍‍। ଏମ୍‍ବାପେ ଏହି ସ୍ୱେଚ୍ଛାସେବୀ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମକୁ ଯାଇ ପିଲାମାନଙ୍କ ସହ ଫୁଟବଲ ଖେଳିବାକୁ ବହୁତ ଭଲ ପାଆନ୍ତି ବୋଲି ନୋଏଲ୍‍ ସୂଚନା ଦେଇଛନ୍ତି।

Leave A Reply