www.samajalive.in
Sunday, December 7, 2025
18.1 C
Bhubaneswar

‘ଏକ ଜିଲ୍ଲା ଏକ ଉତ୍ପାଦ’ ଯୋଜନାରେ ଓଡ଼ିଶାରେ ଆରମ୍ଭ ହେବ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ ସ୍କିମ୍‌ ଅଧୀନରେ ପ୍ରଧାନମନ୍ତ୍ରୀ ଔପଚାରିକ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ରାଜ୍ୟ ସରକାର ନୋଡାଲ ବିଭାଗ ଏବଂ ଶିଳ୍ପ ନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ ଭାବେ ମନୋନୀତ କରିଛନ୍ତି। ଏଥି ସହିତ ଆପିକଲ, ଭୁବନେଶ୍ୱରକୁ ଏହି ସ୍କିମ୍‌କୁ ରୂପାୟନ କରିବା ପାଇଁ ନୋଡାଲ୍‌ ସଂସ୍ଥା ଭାବେ ବଛା ଯାଇଛି । ଏହି ସ୍କିମ୍‌ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ଥିବା ଅଣସଂଗଠିତ ଉଦ୍ୟୋଗୁଡ଼ିକୁ ତଥା କୃଷକ ଉତ୍ପାଦକ ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ସମବାୟ ସମୂହଗୁଡ଼ିକୁ ସହାୟତା ପ୍ରଦାନ କରିବା ସହ ‘ଏକ ଜିଲ୍ଲା ଏକ ଉତ୍ପାଦ’ ଆଧାରରେ ସମଗ୍ର ମୂଲ୍ୟଶୃଙ୍ଖଳକୁ ପ୍ରୋତ୍ସାହିତ କରି ସେମାନଙ୍କ ଆବଶ୍ୟକ ଭିତ୍ତିଭୂମିର ବିକାଶ, ବ୍ରାଣ୍ଡିଂ ଏବଂ ବିପଣନ ସହାୟତା, ଦକ୍ଷତା ବିକାଶ ତାଲିମ ପ୍ରଦାନ ଏବଂ ଏସବୁ ଉପରେ ଅଧିକ ଗବେଷଣା ଆଦି କାର୍ଯ୍ୟରେ ସାହାଯ୍ୟ କରାଯିବ ।

- Advertisement -

କେତେକ ଯୋଗ୍ୟ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକୁ ଋଣ ଯୋଗାଣର ବ୍ୟବସ୍ଥା କରାଯିବା ସହ ମୂଳଧନ ଉପରେ ୩୫% ହିସାବରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ଯାଏ ରିହାତି ଦେବାର ପ୍ରାବଧାନ ରଖାଯାଇଛି । ଏପରିକି ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ/ସଭ୍ୟାମାନଙ୍କ ଜଣକୁ ପ୍ରାରମ୍ଭିକ ପୁଞ୍ଜି ଭାବେ ୪୦ ହଜାର ଟଙ୍କା ଯୋଗାଇଦେବା ସହ ଗୋଟିକିଆ ଉଦ୍ୟୋଗକୁ ସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥି ପାଇଁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ପ୍ରଥମ କିସ୍ତିରେ ୨.୩୧ କୋଟି ଟଙ୍କା ପାଇଛି। ଏହି ସ୍କିମ୍‌ର ସୁଫଳ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ, ଶିଳ୍ପ ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକ, କୃଷି ଉଦ୍ୟାନ ବିଭାଗ ନିର୍ଦ୍ଦେଶକ, ପରିଚାଳନା ନିର୍ଦ୍ଦେଶକ, ଆପିକଲ୍‌, ମିଶନ ଶକ୍ତି, ପ୍ରାଣୀସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ, ଓଡ଼ିଶା ଜୀବିକା ମିଶନ, ଓର୍‌ମାସ୍‌ରପଦସ୍ଥ ଅଧିକାରୀ, ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି, ଭାରତୀୟ କୃଷି ଗବେଷଣା ପରିଷଦର ବୈଜ୍ଞାନିକଙ୍କୁ ନେଇ କେଉଁ ଜିଲ୍ଲାରେ କେଉଁ ଉଦ୍ୟୋଗ କରାଯିବ ତାହା ଚୂଡାନ୍ତ କରାଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଆଗୁଆ ପଦକ୍ଷେପ ଭାବେ ପ୍ରତି ଜିଲ୍ଲାକୁ ପ୍ରାରମ୍ଭିକ ରିହାତି ଭାବେ ୩୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଧାର୍ଯ୍ୟ କରିଛନ୍ତି। ଭାରତ ସରକାରଙ୍କଠାରୁ ପ୍ରାପ୍ତ ଏହି ଅନୁଦାନକୁ କିପରି ଭାବେ ସଫଳତାର ସହ ତ୍ୱରିତ ବିନିଯୋଗ କରାଯାଇ ପାରିବ ସେଥି ପାଇଁ ସମସ୍ତ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଉଦ୍ୟୋଗଗୁଡ଼ିକୁ ସଫଳ ଭାବେ କାର୍ଯ୍ୟାନ୍ୱୟନ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବା ପାଇଁ ଓଡ଼ିଶା କ ଷୃି ଓ ବୈଷୟିକ ବିଶ୍ୱବିଦ୍ୟାଳ ୟକୁ ନୋଡାଲ ୍‌ ଏଜେନ୍ସି ଭାବେ ବଛାଯାଇଛି।

‘ଏକ ଜିଲ୍ଲା ଏକ ଉତ୍ପାଦ’ ସ୍କିମ୍‌ରେ କେଉଁ ଜିଲ୍ଲାରେ କେଉଁ ଉଦ୍ୟୋଗ ପ୍ରକଳ୍ପ ରୂପାୟନ କରାଯିବ ତାହା ନିର୍ଦ୍ଧାରିତ ହୋଇଛି। ସେଥିରେ ଆମ୍ବ ଫଳ ଭିତ୍ତିକ ଉତ୍ପାଦ ପାଇଁ ଅନୁଗୋଳ, ବୌଦ୍ଧ, ଢେଙ୍କାନାଳ, କେଉଁଝର, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼। ମତ୍ସ୍ୟଭିତ୍ତିକ ଉଦ୍ୟୋଗ ପାଇଁ ବାଲେଶ୍ୱର, ଭଦ୍ରକ ଓ ଗଞ୍ଜାମ। ବାଦାମ ତୈଳବୀଜ ଭିତ୍ତିକ ଉଦ୍ୟୋଗରେ ବରଗଡ଼ ଓ ଯାଜପୁର, କଦଳୀ ପ୍ରକ୍ରିୟାକରଣ ପାଇଁ ବଲାଙ୍ଗୀର ଓ କଳାହାଣ୍ଡି, ଦୁଗ୍ଧଭିତ୍ତିକ ଉଦ୍ୟୋଗରେ କଟକ ଏବଂ ଜଗତସିଂହପୁର, କମଳା ଜାତୀୟ ଫଳ ପାଇଁ ଦେବଗଡ଼, ଲଙ୍କାଗୁଣ୍ଡ ମସଲା ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁର, ହଳଦୀଗୁଣ୍ଡ ମସଲା ପାଇଁ କନ୍ଧମାଳ, ନଡ଼ିଆ ଜାତୀୟ ଉଦ୍ୟୋଗ
ପାଇଁ କେନ୍ଦ୍ରାପଡ଼ା ଓ ପୁରୀ। ଅଦା ପ୍ରକ୍ରିୟାକରଣ ପାଇଁ କୋରାପୁଟ, ମିଲେଟ୍‌ ପାଇଁ ନୂଆପଡ଼ା ଓ ମାଲକାନଗିରି, ଛତୁ ପାଇଁ ଖୋର୍ଦ୍ଧା, ଆମ୍ବଭିତ୍ତିକ ମହୁ ପ୍ରକ୍ରିୟାକରଣ ପାଇଁ ମୟୂରଭଞ୍ଜ, ଆଖୁଭିତ୍ତିକ ଉଦ୍ୟୋଗ ପାଇଁ ନୟାଗଡ଼, ତେନ୍ତୁଳି ଉଦ୍ୟୋଗ ପାଇଁ ରାୟଗଡ଼ା ଓ ସପୁରୀ ପ୍ରକ୍ରିୟାକରଣ ନିମନ୍ତେ ଗଜପତି ଜିଲ୍ଲାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories