www.samajalive.in
Saturday, December 6, 2025
17.1 C
Bhubaneswar

ଜାଣନ୍ତୁ, ଶୀତଦିନର ଖାଦ୍ୟପେୟ ବିଷୟରେ..

ଶୀତଦିନେ ଅଧିକ ଥଣ୍ଡା ଯୋଗୁଁ ଅନେକ ସମସ୍ୟା ଦେଖା ଦେଇଥାଏ। ସେଥିପାଇଁ କିଛି ବ୍ୟକ୍ତି ସକାଳେ ବିଳମ୍ବରେ ଉଠି ଥାଆନ୍ତି। ବିଳମ୍ବରେ ଉଠିବା ଦ୍ବାରା ସକାଳେ ଜଳଖିଆ ନ ଖାଇ ନିଜ କାମକୁ ଚାଲି ଯାଇଥାଆନ୍ତି। କିନ୍ତୁ ସକାଳ ଜଳଖିଆ ନଖାଇବା ଦ୍ବାରା ଶରୀର ଦୁର୍ବଳ ହୋଇଯାଇଥାଏ। ଏହାସହ କାର୍ଯ୍ୟ କରିବାକୁ ଇଚ୍ଛା ହୋଇନଥାଏ। ଅନେକ ରୋଗର ଶିକାର ହେବାକୁ ପଡିଥାଏ। ଶୀତଦିନେ ଧ୍ୟାନର ସହ ଜଳଖିଆ ଖାଇବା ଉଚିତ। କାରଣ ଶୀତଦିନେ ଠିକ ଭାବେ ଜଳଖିଆ ନଖାଇବା ଦ୍ବାରା ଅନେକ ଅସୁବିଧା ହୋଇଥାଏ।

ସକାଳର ଜଳଖିଆରେ ଯଦି ଆପଣ ଫଳ ଓ ସାଲାଡ ଖାଇବେ ତେବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହାସହ ରୋଗ ଠାରୁ ଦୂରେଇ ରହିବେ। ଶୀତଦିନେ ଖାଲି ପେଟରେ ରହିବା ଦ୍ବାରା ଥଣ୍ଡା, ଜ୍ବର ଓ ଚିନ୍ତାଗ୍ରସ୍ତ ହେବାର ସମ୍ଭାବନା ରହିଛି।

- Advertisement -

ଏଥିରୁ ବର୍ତ୍ତିବା ପାଇଁ ପ୍ରତ୍ୟେକ ଦିନ ଖାଦ୍ୟରେ ଫଳ, ତରକାରୀ ଓ ଡାଲି ଖାଆନ୍ତୁ। ଏହା ଆମ ଶରୀରକୁ ରୋଗ ସହ ଲଢିବାକୁ ଶକ୍ତି ଯୋଗାଇଥାଏ। ଯଦି ଆପଣ ଆମିଷ ଖାଉଥିବେ ତେବେ ଶୀତଦିନେ ଖାଦ୍ୟରେ ଅଣ୍ଡା ଓ ମାଛ ସାମିଲ କରନ୍ତୁ।

ପ୍ରତିଦିନ ସକାଳେ ବ୍ୟାୟାମ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ନିୟମିତ ବ୍ୟାୟାମ କରୁଥିବା ବ୍ୟକ୍ତି ସର୍ବଦା କାର୍ଯ୍ୟ କରିବାକୁ ଆଗଭର ହୋଇ ଥାଆନ୍ତି। ଏହାସହ ତାଙ୍କ ମନ ସର୍ବଦା ପ୍ରଫୁଲ୍ଲିତ ରହିଥାଏ।

ଥଣ୍ଡା-ଜ୍ବରରୁ ରକ୍ଷା ପାଇବା ପାଇଁ ନିୟମିତ ଗ୍ରୀନ-ଟି ପିଅନ୍ତୁ। ଏହା ଆପଣଙ୍କୁ ସତେଜ ଅନୁଭବ କରାଇଥାଏ।

 

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories