www.samajalive.in
Friday, December 5, 2025
20.1 C
Bhubaneswar

୨୪ ଘଣ୍ଟାରେ ୪ଟି ବିମାନ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ବିମାନ ଜରୁରୀକାଳୀନ ଅବତରଣ କରିଛନ୍ତି । ବିମାନରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ରବିବାର ମୁମ୍ବାଇରୁ ଦୁବାଇ ଯିବାକୁ ଥିବା ଏୟାର ଇଣ୍ଡିଆର ଏକ୍ସପ୍ରେସ ଫ୍ଲାଇଟ ଆଇଏକ୍ସ୨୪୭ ଉଡାଣରେ ଅସଫଳ ହେବା କାରଣରୁ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଏହା ପୂର୍ବରୁ ଦିଲ୍ଲୀରୁ ହଙ୍ଗକଙ୍ଗ ଯାଉଥିବା ସ୍ପାଇଜେଟ୍ ର ପାଇଲଟ୍ ବାରାଣସୀ ବିମାନ ବନ୍ଦରରରେ ସକାଳ ୧୦ଟାରେ ଜରୁରୀକାଳୀନ ଅବତରଣ କରିଥିଲେ । ଇଞ୍ଜିନରେ କିଛି ସମସ୍ୟା ଥିବା ଯୋଗୁଁ ସ୍ପାଇଜେଟକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ବୋଲି ପାଇଲଟ କହିଥିଲେ ।

ଏହି ସମୟରେ ବିମାନରେ ୧୪୦ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଏହି ଘଟଣାରେ ସ୍ପାଇଜେଟର ପ୍ରବକ୍ତା କହିଛନ୍ତି ଯେ, ଏକ ନମ୍ବର ଇଞ୍ଜିନରେ ତେଲ ସପ୍ଲାଇ କମ୍ ହେବା ନେଇ ପାଇଲଟଙ୍କୁ ସୂଚନା ମିଳିବା ପରେ ସୁରକ୍ଷିତ ଭାବରେ ବିମାନର ଦିଗ ପରିବର୍ତ୍ତନ କରାଯାଇ ବାରାଣସୀରେ ଜରୁରୀକାଳୀନ ଅବତରଣ କରଯାଇଥିଲେ ।

- Advertisement -

ଏୟାର ଇଣ୍ଡିଆ ବିମାନରୁ ତେଲ ଲିକ୍ ହେବା କାରଣରୁ ଶନିବାର ରାତିରେ କୋଲକତା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଏୟାର ଇଣ୍ଡିଆର ଏହି ବିମାନ ଦିଲ୍ଲୀରୁ ବ୍ୟାଙ୍କକକ୍ ଯାଉଥିଲା। ରାତି ପ୍ରାୟ ୧୦.୩୫ରେ ଯାନ୍ତ୍ରିକ ତ୍ରୁଟି ବିଷୟରେ ଜଣାପଡିଥିଲା। ସେହିପରି ଶନିବାର ଦିନ କୋଲକତାରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ଉଡାଣ ଭରିବାର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କରିଥିଲା। କ୍ରୁ ସଦସ୍ୟମାନେ ବିମାନର ଯାନ୍ତ୍ରିକ ତ୍ରୁଟି ବିଷୟରେ ଦେଖିବାକୁ ପାଇଥିଲେ । ଫଳରେ ଉଡାଣ ଭରିବାର ମାତ୍ର କେଇ ମିନିଟ ପରେ ବିମାନ ଜରୁରୀକାଳୀନ ଅବତରଣ କରିଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories