www.samajalive.in
Sunday, December 7, 2025
14.1 C
Bhubaneswar

ଚିକେନ ଟିକ୍କା ସ୍ୟାଣ୍ଡୱିଚ

ଆବଶ୍ୟକ ସାମଗ୍ରୀ
ଚିକେନ – ଛୋଟ ଛୋଟ ଖଣ୍ଡ
ପାଉଁରୁଟି – ଆବଶ୍ୟକ ପରିମାଣରେ
ଦହି – ୩ ଚାମଚ
ବଟର – ୨ଚାମଚ
ଗୋଟା ଜିରା – ଅଳ୍ପ
ଚିକେନ ଟିକ୍କା ମସଲା – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
କଟା କଞ୍ଚା ଲଙ୍କା – ୨ଟି
ଚିଜ – ଅଳ୍ପ
ଟମାଟୋ ସସ – ୨ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଦହି,ଲୁଣ, ଚିକେନ ଟିକ୍କା ମସଲା ପକାଇ ଗୋଳାଇ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଏଥିରେ ବଟର ପକାନ୍ତୁ। ବଟର ପକାଇବା ପରେ ଗୋଟା ଜିରା ପକାଇ ଭାଜନ୍ତୁ। ଜିରା ଭାଜି ହୋଇଗଲେ ଏଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ଟମାଟୋ ପକାନ୍ତୁ। ଏବେ ଏଥିରେ ରଖିଥିବା ଚିକେନ ପକାଇ ଅଳ୍ପ ପାଣି ଦେଇ ଗୋଳାଇ ଦିଅନ୍ତୁ ଓ ୮ ରୁ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୮ ରୁ ୧୦ ମିନିଟ ପରେ ଗ୍ୟାସରୁ ଓହ୍ଲାଇ ପ୍ରସ୍ତୁତ ହୋଇଥିବା ଚିକେନକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଏକ ପାତ୍ରରେ ପାଉଁରୁଟି ରଖନ୍ତୁ। ଏହା ଉପରେ ପ୍ରସ୍ତୁତ ହୋଇଥିବା ଚିକେନ ପକାଇ ଚିଜକୁ ପକାଇ ଆଉ ଏକ ପାଉଁରୁଟି ଏହା ଉପରେ ରଖନ୍ତୁ। ଏବେ ଗ୍ୟାସରେ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ଏଥିରେ ପ୍ରସ୍ତୁତ କରିଥିବା ପାଉଁରୁଟି ରଖି ବଟର ପକାଇ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ଟିକ୍କା ସ୍ୟାଣ୍ଡୱିଚ। ଏହାକୁ ଟମାଟୋ ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories