BJD Bijuli 480×75 Mob

କେଉଁ ଖାଦ୍ୟ କେତେବେଳେ ଖାଇଲେ, ସୁସ୍ଥ ରହିବେ

BJD Bijuli 480×75 Mob
0

ଅନେକ ସମୟରେ ପୋଷକତତ୍ତ୍ବ ଭରପୂର ଖାଦ୍ୟପାନୀୟ ସେବନ କରିବା ସତ୍ତ୍ବେ ଆମେ ରୋଗରେ ପଡ଼ିଥାଉ। ଏହା ପଛର ମୁଖ୍ୟ କାରଣ ହେଲା ସେସବୁ ବ୍ୟଞ୍ଜନ ଅବେଳାରେ ଖାଇବା। ଖାଦ୍ୟ ବିଶେଷଜ୍ଞ ଏନେଇ କେତୋଟି ତଥ୍ୟ ଅବଗତ କରାଇଛନ୍ତି।


ଖିର ରାତିବେଳା ପିଇଲେ ଏହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଖିରରେ ଥିବା ଟ୍ରିପ୍ଟୋଫ୍ୟାନ୍ ନାମକ ତତ୍ତ୍ବ ରାତିରେ ନିଦର କ୍ଷମତାକୁ ବୃଦ୍ଧି କରାଏ। ଏଣୁ ନିଦ୍ରାହୀନତା ଭୋଗୁଥିଲେ ଏହି ଉପାୟ ଅବଲମ୍ବନ କରିବା ଉଚିତ।


ସନ୍ଧ୍ୟା ପରଠାରୁ ବିଶେଷ କରି ଚିନି ଓ ଚିନି ପ୍ରସ୍ତୁତ ଖାଦ୍ୟଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ। ଏହା ଶରୀରରେ ଶର୍କରା ପରିମାଣ ବଢ଼ାଇବା ସହ ବଦହଜମ ସମସ୍ୟା ସୃଷ୍ଟି କରେ।
ସକାଳବେଳା ସେଓ ଖାଇଲେ ଏହା ଶରୀରରୁ ଟକ୍ସିନ୍ ବାହାର କରିଦେଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି।


ଦହି ଓ ଦହି ପ୍ରସ୍ତୁତ ବ୍ୟଞ୍ଜନ ରାତିବେଳା ଆଦୌ ଖାଆନ୍ତୁନାହିଁ। ଦିନବେଳା ଭୋଜନ ପରେ ଦହି ଖାଇଲେ ତାହା ଶରୀରକୁ ଶକ୍ତି ଯୋଗାଇଥାଏ।

Leave A Reply