www.samajalive.in
Saturday, December 6, 2025
16.1 C
Bhubaneswar

ଏହି ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବା ଅନୁଚିତ

ଉତ୍ତମ ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଘରେ ବଳିଥିବା ଖାଦ୍ୟକୁ ଆମେ ସାଧାରଣତଃ ଫ୍ରିଜରେ ରଖିଥାଉ। ଖାଇବା ବେଳେ ତାକୁ ଆମେ ଫ୍ରିଜରୁ ବାହାର କରି ଗରମ କରିଥାଉ। ଏପରି କରିବା ଦ୍ୱାରା ଆମ ଶରୀରର ଅନେକ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ବାରମ୍ବାର ଗରମ କରି ଖାଇଲେ ଆମ ଶରୀରର ପାଇଁ କ୍ଷତି ହୋଇଥାଏ।ଶାଗ: ଶାଗ ଜାତୀୟ ଖାଦ୍ୟକୁ ବାରମ୍ବାର ଗରମ କରନ୍ତୁ ନାହିଁ। ସେଥିରେ ଥିବା ଆଇରନ ଆମ ଶରୀର ପାଇଁ ଖୁବ୍‍ ଉପକାରୀ। ମାତ୍ର ଆମେ ବାରମ୍ବାର ଶାଗକୁ ଗରମ କଲେ ସେଥିରେ ଥିବା ଆଇରନ ନଷ୍ଟ ହୋଇଯାଏ।
ଭାତ: ଭାତକୁ ଗରମ କଲେ ତାହା ବିଷାକ୍ତ ହୋଇଯାଏ ଓ ଏହାଦ୍ୱାରା ଫୁଡ୍‍ ପଏଜନିଙ୍ଗ ହୋଇ ଆମ ଦେହ ଖରାପ ହୁଏ।ଛତୁ: ଛତୁରେ ଅଧିକ ପରିମାଣରେ ପ୍ରୋଟିନ ଥାଏ। ଛତୁକୁ ପୁର୍ନବାର ଗରମ କରି ଖାଇବା ଉଚିତ ନୁହେଁ। ଏହାକୁ ଗରମ କରି ଖାଇବା ଦ୍ୱାରା ଖାଦ୍ୟରୁ ପ୍ରୋଟିନ ନଷ୍ଟ ହୋଇଯାଏ। ଯାହାଦ୍ୱାରା ଆମ ପାଚନ ପକ୍ରିୟାରେ କୁପ୍ରଭାବ ପଡ଼େ।
ଅଣ୍ଡା: ଅଣ୍ଡାରେ ମଧ୍ୟ ପ୍ରୋଟିନ ଅଧିକ ମାତ୍ରାରେ ଥାଏ। ଅଣ୍ଡା ସିଝାଇବା ମାତ୍ରେ ଖାଇ ଦିଅନ୍ତୁ ନଚେତ ତାକୁ ପୁନର୍ବାର ଗରମ କରି ଖାଆନ୍ତୁ ନାହିଁ। ଅଣ୍ଡାକୁ ଦ୍ୱିତୀୟ ଥର ସିଝାଇ ଖାଇଲେ ସେଥିରୁ ନାଇଟ୍ରୋଜେନର ପରିମାଣ ନଷ୍ଟ ହୋଇଯାଇଥାଏ। ଯାହାଦ୍ୱାରା କ୍ୟାନସର ହେବାର ମାତ୍ରା ବଢିଯାଇଥାଏ।ଆଳୁ: ଆଳୁକୁ ସାଇତି ରଖିବା ଓ ଆଳୁରୁ ଯେକୌଣସି ଖାଦ୍ୟ ତିଆରି କରିବା ଅତ୍ୟନ୍ତ ସହଜ ହୋଇଥାଏ। ଆଳୁରେ ତିଆରି ଯେକୌଣସି ଖାଦ୍ୟକୁ ତାପର ଦିନ ଖାଆନ୍ତୁ ନାହିଁ। ଆଳୁରେ ଭିଟାମିନ ଡି, ପୋଟାସିୟମର ମାତ୍ରା ଅଧିକ ଥାଏ। ତାକୁ ବାରମ୍ବାର ଗରମ କରି ଖାଇବା ଦ୍ୱାରା ବ୍ୟାକ୍ଟେରିଆ ଶୀଘ୍ର ଆମ ଖାଦ୍ୟରେ ରହିଯାଏ ଓ ଆମ ଶରୀରର କ୍ଷତି କରିଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories